ନୂଆଦିଲ୍ଲୀ:ଗ୍ରେଟର ନୋଏଡାର ଶାହାବେରୀରେ ବେଆଇନ ନିର୍ମାଣ ଘଟଣାରେ ଗୌତମ ବୁଦ୍ଧ ନଗର ପୋଲିସ 17.25 କୋଟି ଟଙ୍କା ସମ୍ପତ୍ତି ଜବତ କରିିଛି। ତେବେ ଆଠ ଜଣ ବିଲଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବା ସହ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ଏବଂ ଆଣ୍ଟି-ସୋସିଆଲ୍ ଆକ୍ଟିଭିଟିସ୍ (ପ୍ରତିରୋଧ) ଅଧିନିୟମ, 1986ର ଧାରା 14 ଅନୁଯାୟୀ ସେମାନଙ୍କ ସମ୍ପତ୍ତି ଜବତ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।
ନୋଏଡା ପୋଲିସର ସଫଳତା: ବିଲ୍ଡରଙ୍କଠୁ 17.25 କୋଟି ଟଙ୍କା ସମ୍ପତ୍ତି ଜବତ - ନୋଏଡା ପୋଲିସର ବଡ଼ ସଫଳତା
ଗ୍ରେଟର ନୋଏଡାର ଶାହାବେରୀରେ ବେଆଇନ ନିର୍ମାଣ ଘଟଣାରେ ଗୌତମ ବୁଦ୍ଧ ନଗର ପୋଲିସ 17.25 କୋଟି ଟଙ୍କା ସମ୍ପତ୍ତି ଜବତ କରିଛି । ତେବେ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ଏବଂ ଆଣ୍ଟି-ସୋସିଆଲ୍ ଆକ୍ଟିଭିଟିସ୍ (ପ୍ରତିରୋଧ) ଅଧିନିୟମ, 1986 ର ଧାରା 14 ଅନୁଯାୟୀ ସେମାନଙ୍କ ସମ୍ପତ୍ତି ଜବତ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି । ଅଧିକ ପଢନ୍ତୁ...
ନୋଏଡା ପୋଲିସର ବଡ଼ ସଫଳତା, ବିଲ୍ଡରଙ୍କଠୁ 17.25 କୋଟି ଟଙ୍କା ସମ୍ପତ୍ତି ଜବତ
ଡେପୁଟି କମିଶନର ଅଫ୍ ପୋଲିସ୍ (ସେଣ୍ଟ୍ରାଲ୍ ନୋଏଡା) ହରିଶ ଚନ୍ଦ୍ର କହିଛନ୍ତି ଯେ, ଶାହବେରୀରେ ବିଲଡର ମାଫିଆଙ୍କ ଦ୍ବାରା ଅପରାଧିକ ତଥା ବେଆଇନ ଉପାୟରେ ଅଧିଗ୍ରହଣ କରାଯାଇଥିବା ପ୍ରାୟ 17.25 କୋଟି ଟଙ୍କାର ସମ୍ପତ୍ତି ଶୁକ୍ରବାର ଦିନ ବିଲଡରଙ୍କ ନିକଟରୁ ଜବତ କରାଯାଇଛି । ସୂଚନାମୁତାବକ, 2018 ଜୁଲାଇ 17ରେ ଶାହବରୀ ଗ୍ରାମରେ ଦୁଇଟି ସଂଲଗ୍ନ କୋଠା ଭୁଶୁଡ଼ିବା ପରେ ଜଣେ ଶିଶୁ ଏବଂ ଦୁଇ ମହିଳାଙ୍କ ସମେତ 9 ଜଣଙ୍କର ମୃତ୍ୟୁ ଘଟିଥିଲା।