ଓଡିଶା

odisha

ETV Bharat / bharat

ଯୁବକକୁ ନିର୍ଦ୍ଧୁମ ପିଟି ଏସଆଇ ଓ 2 ଜଣ କନଷ୍ଟେବଳ ନିଲମ୍ବିତ - delhi news

ଗ୍ରେଟର ନୋଏଡାର ସ୍ପୋର୍ଟ ସିଟି ପୋଲିସ ପୋଷ୍ଟରେ ଏକ ଘରେ ବନ୍ଦ ଘରେ ଭର୍ତ୍ତି କରି ଯୁବକଙ୍କୁ ଧୁମ ପିଟି ଥିବବେଳେ ଯୁବକ ଜଣଙ୍କ ଆହତ ହୋଇଛନ୍ତି । ଘଟଣାର ତଦନ୍ତ ଏସପି ଥର୍ଡଙ୍କୁ ହସ୍ତାନ୍ତର ହୋଇଛି । ଅଧିକ ପଢନ୍ତୁ...

ଗ୍ରେଟର-ନୋଏଡା ପୋଲିସର ବର୍ବରତା, ଯୁବକକୁ ନିର୍ଦ୍ଧୁମ ପିଟି ସବଇନ୍ସପେକ୍ଟର ଓ 2 ଜଣ କନଷ୍ଟେବଳ ନିଲମ୍ବିତ
ଗ୍ରେଟର-ନୋଏଡା ପୋଲିସର ବର୍ବରତା, ଯୁବକକୁ ନିର୍ଦ୍ଧୁମ ପିଟି ସବଇନ୍ସପେକ୍ଟର ଓ 2 ଜଣ କନଷ୍ଟେବଳ ନିଲମ୍ବିତ

By

Published : Jun 1, 2020, 7:18 PM IST

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଦନକୌର ସ୍ଥିତ ମାକାନପୁର ଗ୍ରାମରେ ପୋଲିସର ଅତ୍ୟାଚାର ମାମଲା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ଘରେ ପ୍ରେମ ପତ୍ର ଫିଙ୍ଗିବା ଅଭିଯୋଗରେ ଜଣେ ଯୁବକଙ୍କୁ ସ୍ପୋର୍ଟ ସିଟି ପୋଲିସ ପୋଷ୍ଟକୁ ଆଣି ନିର୍ଦ୍ଦୟୀ ଭାବେ ପଟିଥିବା ଜଣାପଡିଛି । ଏଥିରେ ଯୁବକ ଜଣଙ୍କ ଆହତ ହୋଇଛନ୍ତି । ସମଗ୍ର ଶରୀରରେ ମାଡର ଚିହ୍ନ ରହିଛି ।

ଘଟଣାରେ ଯୁବକ ଜଣକ କହିଛନ୍ତି ଯେ, ଗାଁ ମୁଖିଆଙ୍କ କହିବାନୁସାରେ ତାଙ୍କୁ ମାଡ ମରାଯାଇଛି । ସେ ନିର୍ବାଚନରେ ​​ବିରୋଧ କରିଥିଲେ। ଯୁବକଙ୍କ ଅଭିଯୋଗ ପରେ ପ୍ରାଥମିକ ଅନୁସନ୍ଧାନରେ ଦୋଷୀ ସାବ୍ୟସ୍ତ ହେବା ପରେ ଜଣେ ପୋଲିସ ସବ-ଇନ୍ସପେକ୍ଟର ଏବଂ 2 ଜଣ କନଷ୍ଟେବଳଙ୍କୁ ନିଲମ୍ବନ କରିଛନ୍ତି ଏବଂ ତଦନ୍ତଭାର ଏସପିଙ୍କୁ ହସ୍ତାନ୍ତର କରାଯାଇଛି ।

ପୋଲିସ ଅତ୍ୟାଚାରର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ସୁନୀଲ। ତାଙ୍କର ଦୋଷ ଏଇଆ ଯେ, ଗାଁ ମୁଖିଆ ଦୀପକ ତାଙ୍କୁ କାହା ଘରେ ଏକ ଚିଠି ଫୋପାଡିଥିବା ଅଭିଯୋଗ କରିଥିଲେ। ସେ କହିଛନ୍ତି ଯେ, ଏହି ଅଭିଯୋଗ ଭିତ୍ତିହୀନ। ଗାଁ ମୁଖିଆଙ୍କ ସହ ପୋଲିସ ମିଶି ସୁନୀଲଙ୍କୁ ପଚରାଉଚରା ପାଇଁ ସ୍ପୋର୍ଟସ ସିଟି ପୋଲିସ ପୋଷ୍ଟକୁ ନେଇଥିଲା। ଯେଉଁଠାରେ ଏକ କୋଠରୀରେ ତାଲା ପକେଇ ଏସଆଇ ରବି, ଦୁଇ କନଷ୍ଟେବଳ ଏବଂ ଗାଁ ମୁଖିଆ ଦୀପକ ତାଙ୍କୁ ନିର୍ଦ୍ଧୁମ ପଟିଥିଲେ ।

ସୁନୀଲଙ୍କୁ ଛାଡିବାକୁ ପୋଲିସ 50 ହଜାର ଟଙ୍କା ମାଗିଥିବା ଅଭିଯୋଗ ହୋଇଛି । ଯୁବକଙ୍କ ନିକଟରେ 5 ହଜାର ଟଙ୍କା ଥିଲା ଏବଂ ଚାରି ଦିନ ମଧ୍ୟରେ ସେ ବାକି ଟଙ୍କା ଦେବେ ବୋଲି କହି ନିଜ ଜୀବନ ରକ୍ଷା କରିଥିଲେ। ପୋଲିସ ତାଙ୍କର ଚାଲାଣ 151ରେ କରିଦେଇଛି । ଜାମିନ ପାଇବା ପରେ ଯୁବକ ଜଣଙ୍କ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।

ABOUT THE AUTHOR

...view details