ନୋଏଡା: କୋରୋନା ସଂକ୍ରମଣ ଚେନକୁ ଭାଙ୍ଗିବାକୁ ଦେଶବ୍ୟାପୀ ଲକଡାଉନ ଓ ସଟ ଡାଉନ ଜାରି ରହିଛି । ହେଲେ କେତେକ ଅମାନିଆ ନିୟମକୁ ବାରମ୍ବାର ଉଲ୍ଲଙ୍ଘନ କରୁଛନ୍ତି । ଏମାନଙ୍କ ବିରୋଧରେ ଶକ୍ତ ହୋଇଛି ଗ୍ରେଟର ନୋଏଡାର କଟକଣା । ରବିବାର ଏଠାରେ ଲାଗୁ ହୋଇଥିବା ପ୍ରତିବନ୍ଧକକୁ ଉଲ୍ଲଙ୍ଘନ କରିଥିବା 60 ଜଣକୁ ପୋଲିସ ଗିରଫ କରିଛି । ପ୍ରାୟ 2000 ହଜାର ଗାଡି ଚାଳକଙ୍କୁ ଜୋରିମାନା ଦେବାକୁ ପଡିଛି ।
ଗତ 24 ଘଣ୍ଟାରେ ରବିବାର ରାତି ପର୍ଯ୍ୟନ୍ତ ନିୟମ ଉଲ୍ଲଙ୍ଘନ କରିଥିବା 22 ଗାଡିକୁ ଜବତ କରାଯାଇଛି । ଜିଲ୍ଲାର 200ଟି ବ୍ୟାରେଜ୍ ପଏଣ୍ଟରେ ସମୁଦାୟ 4,512 ଟି ଗାଡି ଯାଞ୍ଚ କରାଯାଇଥିଲା । ସେପଟେ,ଉତ୍ତରପ୍ରଦେଶ ସରକାର କୋରୋନା ସଂକ୍ରମଣର ବିସ୍ତାର ରୋକିବାକୁ ଶୁକ୍ରବାର ରାତି 10ଟାରୁ ଜୁଲାଇ 13 ସକାଳ 5 ଟା ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି ।