କୋଲକାତା: ନିଜ ଜନ୍ମମାଟି କୋଲକାତାରେ ପହଞ୍ଚିଲେ ନୋବେଲ ବିଜେତା ଅଭିଜିତ ବାନାର୍ଜୀ । ମଙ୍ଗଳବାର ସନ୍ଧ୍ୟାରେ କୋଲକାତା ପହଞ୍ଚିବା ପରେ ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ଦିଆଯାଇଛି । ତାଙ୍କ ସ୍ବାଗତ ପାଇଁ 2ଜଣ ରାଜ୍ୟ ମନ୍ତ୍ରୀ ଫରହାଦ ହକୀମ ଏବଂ ବ୍ରତ୍ୟ ବାସୁ ବିମାନ ବନ୍ଦର ପହଞ୍ଚିଥିଲେ ।
ଜନ୍ମମାଟି କୋଲକାତାରେ ନୋବେଲ ବିଜେତା ଅଭିଜିତ - କୋଲକାତାରେ ନୋବେଲ ବିଜେତା ଅଭିଜିତ ବାନାର୍ଜୀ
କୋଲକାତା ପହଞ୍ଚିଲେ ନୋବେଲ ବିଜେତା ଅଭିଜିତ ବାନାର୍ଜୀ । ମଙ୍ଗଳବାର ସନ୍ଧ୍ୟାରେ କୋଲକାତା ପହଞ୍ଚିବା ପରେ ବିମାନ ବନ୍ଦରରେ ତାଙ୍କର ଭବ୍ୟ ସ୍ବାଗତ କରାଯାଇଛି ।

ଫାଇଲ ଫଟୋ
ଭିଡିଓ ସୌଜନ୍ୟ: ଇଟିଭି ଭାରତ
ତେବେ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହେବା ପରେ ଏହା ତାଙ୍କର ପ୍ରଥମ କୋଲକାତା ଗସ୍ତ । ମଙ୍ଗଳବାର କୋଲକାତା ସ୍ଥିତ ନିଜ ପୈତୃକ ବାସ ଭବନରେ ରାତ୍ରି ଅତିବାହିତ କରିବେ ଅଭିଜିତ ବାନାର୍ଜୀ । ଏହାପରେ ବୁଧବାର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଏବଂ ସାମାଜିକ ସଂଗଠନଗୁଡିକ ତାଙ୍କର ସ୍ବାଗତ କରିବେ ।