ବିଶ୍ବ ନୋବେଲ ଶାନ୍ତି ପୁରସ୍କାର-2020 ଘୋଷଣା। ଏନେଇ " ୱାଲ୍ଡ ଫୁଡ ପ୍ରୋଗ୍ରାମ" (WFP) କୁ ପ୍ରଦାନ କରାଯାଇଛି ନୋବେଲ ଶାନ୍ତି ପୁରସ୍କାର-2020। ଏହା ବିଶ୍ବର ସର୍ବବୃହତ ମାନବିକ ସଂଙ୍ଗଠନ ଯାହା, 2030 ମସିହା ସୁଦ୍ଧା ବିଶ୍ବକୁ କ୍ଷୁଧାମୁକ୍ତ ପାଇଁ ଅଭିଯାନ ଆରମ୍ଭ କରିଛି । କ୍ଷୁଧା ଓ ଖାଦ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଇ ଏହି ସଂଙ୍ଗଠନ କାର୍ଯ୍ୟ କରି ଚାଲିଛି । ସାରା ବିଶ୍ବରେ କ୍ଷୁଧା ବିରୋଧରେ ଲଢେଇ ଜାରି ରଖିବା ସହ ବିଶ୍ବକୁ କ୍ଷୁଧାମୁକ୍ତି ପାଇଁ ଆଗେଇ ଆସି ଅହରହ ପ୍ରଚେଷ୍ଟା ଚଳାଇଛି WFP ।
ଜରୁରୀକାଳୀନ ପରିସ୍ଥିତିରେ ଖାଦ୍ୟ ଏବଂ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବାରେ WFP ଘଟଣାସ୍ଥଳରେ ପ୍ରଥମ । ଅନେକ ପ୍ରାକୃତିକ ବିପର୍ଯ୍ୟସ୍ତ ଯେପରିକି- ମରୁଡ଼ି, ବନ୍ୟା, ଭୂକମ୍ପ, ଯୁଦ୍ଧ ପୀଡିତ, ଫସଲ ହାନୀ ଏବଂ ମହାମାରୀ ଭଳି ସମୟରେ ଅସହାୟ ଲୋକଙ୍କ ପାଖରେ ପହଞ୍ଚି ଖାଦ୍ୟ ସାମଗ୍ରୀ ଯୋଗାଇଛି । ଏହାସହ ସମଗ୍ର ବିକାଶ ସହ ରାଷ୍ଟ୍ରୀୟ ସରକାରଙ୍କ ସହଭାଗୀତାରେ ଅନେକ ଦିର୍ଘମିଆଦ ପରିବର୍ତ୍ତନ ଭଳି କାର୍ଯ୍ୟକୁ ମଧ୍ୟ ପ୍ରାଧାନ୍ୟ ଦେଇଛୁ ।
କେତେ ସଂଖ୍ୟାରେ WFP
-ସାରା ବିଶ୍ବରେ WFPର 17,000 କର୍ମଚାରକୀ ରହିଛନ୍ତି ।
- ପ୍ରତ୍ୟେକ ଦିନ 5,600 ଟ୍ରକ, 20 ଜାହାଜ ଏବଂ 92 ବିମାନ କାର୍ଯ୍ୟ କରୁଛି ।
- 2018 ମସିହାରେ 100% ସ୍ବେଚ୍ଛାକୃତ ପାଣ୍ଠି ମାଧ୍ୟମରେ 7.2 ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ହୋଇଛି ।
-83 ଟି ଦେଶରେ 86.7 ନିୟୁତ ହିତାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ରହିଛନ୍ତି ।
- 60 ଟି ଦେଶରେ 16.4 ନିୟୁତ ପିଲା ସ୍କୁଲ ଭୋଜନ ଯୋଗାଯାଉଛି ।
- 40 ଟି ଦେଶ ଯେଉଁଠାରେ WFP କ୍ଷୁଦ୍ରଜମାକାରୀଙ୍କୁ ବଜାର ସହ ଜୋଡିଛି ।
- ନଗଦ ଟ୍ରାନ୍ସଫର ଜରିଆରେ US $ 1.76 ବିଲିୟନ ଆମେରିକୀ ଡଲାର ପ୍ରଦାନ କରାଯାଇଛି ।
- ଖାଦ୍ୟ ସହାୟତା ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ 52% ମହିଳା ଏବଂ ଝିଅମାନେ ।
- ବର୍ଷକୁ 90 ମିଲିୟନରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ସକ୍ଷମ ।
- 2014 ମସିହାରୁ 1.4 ନିୟୁତ ହେକ୍ଟର ଜମିକୁ ପୁନଃ ବିକଶିତ କରାଯାଇ ଜଙ୍ଗଲ ସୃଷ୍ଟି କରିବା ସହ ଜୀବିକା ନିର୍ବାହ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରାଯାଇଛି ।
-2018 ମସିହାରେରେ ପୁଷ୍ଟିକର ପୋଷଣ ଶିକ୍ଷାରେ ପାଖାପାଖି 42ଟି ଦେଶର 5 ନିୟୁତ ଲୋକ ସାମିଲ ହୋଇଛନ୍ତି ।
- ବିଗତ ବର୍ଷରେ ମାନବିୟ ସେଟେଂରେ 90 ସଂଙ୍ଗଠନ ଡ୍ରୋନ ବ୍ୟବହାରର ପ୍ରଶିକ୍ଷଣ ନେଇ ଲାଭାନ୍ବିତ ହୋଇଛନ୍ତି ।
-ଖାଦ୍ୟ ନିରାପତ୍ତା ମୂଲ୍ୟାଙ୍କନ ସର୍ଭେ ପାଇଁ ମୋବାଇଲ ଟେକ୍ନୋଲୋଜି ବ୍ୟବହାର କରିବାରେ 40 ଦେଶ WFP ଦ୍ବାରା ସମର୍ଥିତ ।
-•2018 ରେ 24.5 ନିୟୁତ ଲୋକ ନଗଦ ସହାୟତା, 26 ପ୍ରତିଶତ ଇଲେକ୍ଟ୍ରୋନିକ ରୂପେ ଭାଉଚର୍ ମାଧ୍ୟମରେ ଗ୍ରହଣ କରିଛନ୍ତି ।
- 1 ହଜାରୁ ଉର୍ଦ୍ଧ୍ବ ଏନଜିଓ WFPସହ ଭାଗୀଦାରି ହୋଇ 80 ଦେଶର 80 ମିଲିୟନ ଲୋକଙ୍କୁ ସସହାୟତା ପ୍ରଦାନ କରୁଛନ୍ତି ।
" ୱାଲ୍ଡ ଫୁଡ ପ୍ରୋଗ୍ରାମ" ର ଇତିହାସ
ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (WFP) ହେଉଛି ମିଳିତ ଜାତିସଂଘ ଏବଂ ଖାଦ୍ୟ ଓ କୃଷି ସଂଗଠନ (FAO) ର ମିଳିତ ଏକ କାର୍ଯ୍ୟକ୍ରମ । ଏହାକୁ ଡିସେମ୍ବର 1961 ମସିହାରେ ପ୍ରତିଷ୍ଠା କରାଯାଇ
ଥିବାବେଳେ 1963 ମସିହାରେ କାର୍ଯ୍ୟକାରୀ ଆରମ୍ଭ କରିଥିଲା ।