ଓଡିଶା

odisha

ETV Bharat / bharat

ଜିମ କି ଯୋଗ ନୁହେଁ, ଘରେ ଏହି କାମ କରନ୍ତୁ ପତଳା ହୁଅନ୍ତୁ...

ଏକ ଗବେଷଣାରୁ ଜଣାପଡିଛି କି ଯଦି ଆପଣ ଘରେ ପ୍ରତିଦିନ 2 ଘଣ୍ଟା ପର୍ଯ୍ୟନ୍ତ କାମ କରୁଛନ୍ତି ତେବେ ଆପଣଙ୍କ ଓଜୋନ ବହୁ ମାତ୍ରାରେ ହ୍ରାସ ଘଟିବ।

By

Published : Mar 9, 2019, 11:35 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବର୍ତ୍ତମାନ ସମୟରେ ସମସ୍ତେ ଫିଟ ଓ ଫାଇନ ଦେଖାଯିବାକୁ ଚାହାଁନ୍ତି । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଶରୀରର ଓଜୋନ ବଢିବାରେ ଲାଗୁଛି । ଓଜୋନ ବଢିବା ବର୍ତ୍ତମାନ ଲୋକଙ୍କ ସବୁଠୁ ବଡ ସମସ୍ୟା । ଏହାକୁ ନେଇ ଅନେକ ଲୋକ ଚିନ୍ତିତ ।

ଏଥିପାଇଁ କିଏ ଜିମ ଯାଉଛି ତ ଆଉ କିଏ ଡାଏଟିଂ କରି ଖାଦ୍ୟପେୟ କମାଉଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଟିପ୍ସ ଦେବୁ ଆପଣ ବାହାରକୁ ନୁହେଁ ବରଂ ଘରେ କାମ କରି ହିଁ ନିଜର ଓଜୋନ କମାଇ ପାରିବେ । ଏକ ଗବେଷଣାରୁ ଜଣାପଡିଛି କି ଯଦି ଆପଣ ଘରେ ପ୍ରତିଦିନ 2 ଘଣ୍ଟା ପର୍ଯ୍ୟନ୍ତ କାମ କରୁଛନ୍ତି ତେବେ ଆପଣଙ୍କ ଓଜୋନ ବହୁ ମାତ୍ରାରେ ହ୍ରାସ ଘଟିବ, ତେବେ ଆସନ୍ତୁ ଜାଣିବା ଏହାର ଉପାୟ...

1. ଓଜୋନ କମାଇବାକୁ ଚାହୁଁଥିଲେ ପ୍ରତିଦିନ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଯଦି ଆପଣ ପ୍ରଚୁର ପାଣି ପିଇବେ ଶରୀର ସୁସ୍ଥ ରହିବ । ଆପଣଙ୍କ ଶରୀରରେ ଜଳୀୟ ଅଂଶ କମ ରହିଲେ କୌଣସି କାମକୁ ସଠିକ ଭାବେ କରି ପାରିବେ ନାହିଁ । ଏହାସହ ସର୍ବଦା ଅଳସୁଆ ଅନୁଭବ କରିବେ ।

2.ଘର ପୋଛା ମାରିଲେ ଓ ଝାଡୁ କରିବା ଦ୍ୱାରା 300 ରୁ 500 କ୍ୟାଲୋରି ଓଜୋନ ହ୍ରାସ ହୁଏ । ଏହାସହ ଶରୀରର ଫିଟ ରହିବା ସହ ହାତ ଗୋଡ ମାଂସପେଶୀ ମଧ୍ୟ ସୁଦୃଢ ରହିଥାଏ । ଯେତେବେଳେ ଆପଣ ନଇଁକି କାମ କରିବେ ଏହା ଆପଣଙ୍କ ପେଟରେ ଥିବା ଅତ୍ୟଧିତ ଚର୍ବିକୁ କମାଇଦେବ ।

3. ଓଜୋନ ହ୍ରାସ କରିବାର ଆଉ ଏକ ଉପାୟ ହେଉଛି ପ୍ରତିଦିନ ଖେଳିବା । ତେଣୁ ଯେଉଁ ଖେଳରେ ଆପଣ ମଜ୍ଜା ନିଅନ୍ତି ସେହି ଖେଳ ଖେଳନ୍ତୁ । କିନ୍ତୁ ଏହା ଏକ ଆଉଟଡୋର ଖେଳ ହୋଇଥିବା ଦରକାର , ଯେପରିକି ପହଁରିବା, କ୍ରିକେଟ,ଟେନିସ ଇତ୍ୟାଦି ।

For All Latest Updates

ABOUT THE AUTHOR

...view details