ଓଡିଶା

odisha

ଧାରା 370 ଉଚ୍ଛେଦ ପରଠୁ କାଶ୍ମୀରରେ ନାହିଁ ବିରୋଧ ପ୍ରଦର୍ଶନ

By

Published : Aug 5, 2020, 3:05 PM IST

ଭାରତ ସରକାର 370 ଏବଂ 35 A ଧାରାକୁ ଉଚ୍ଛେଦ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ - ଲଦାଖ ଏବଂ ଜାମ୍ମୁ-କାଶ୍ମୀର ସୃଷ୍ଟି କରିବାର ଏକ ବର୍ଷ ବିତିଗଲାଣି । ସୁରକ୍ଷା ଏଜେନ୍ସିଗୁଡିକ ପାଇଁ ଏହା ଏକ ଖୁସି ଖବର ଯେ, ଆକଳନ ଅନୁଯାୟୀ କାଶ୍ମୀରରେ କୌଣସି ପ୍ରମୁଖ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଯାଇ ନାହିଁ । ଅଧିକ ପଢନ୍ତୁ...

ଧାରା 370 ଉଚ୍ଛେଦ ପରଠୁ କାଶ୍ମୀରରେ ନାହିଁ ବିରୋଧ ପ୍ରଦର୍ଶନ
ଧାରା 370 ଉଚ୍ଛେଦ ପରଠୁ କାଶ୍ମୀରରେ ନାହିଁ ବିରୋଧ ପ୍ରଦର୍ଶନ

ଶ୍ରୀନଗର: ଭାରତ ସରକାର 370 ଏବଂ 35 A ଧାରାକୁ ଉଚ୍ଛେଦ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ - ଲଦାଖ ଏବଂ ଜମ୍ମୁ-କାଶ୍ମୀର ସୃଷ୍ଟି କରିବାର ଏକ ବର୍ଷ ବିତିଗଲାଣି । ସୁରକ୍ଷା ଏଜେନ୍ସିଗୁଡିକ ପାଇଁ ଏହା ଏକ ଖୁସି ଖବର ଯେ, ଆକଳନ ଅନୁଯାୟୀ ବର୍ଷର ପ୍ରଥମାର୍ଦ୍ଧରେ କେବଳ 14 ଟି ଆଇନ ଶୃଙ୍ଖଳା ପରିସ୍ଥିତି ଘଟିଥିଲା। ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀ 1 ତାରିଖରୁ କାଶ୍ମୀରରେ କୌଣସି ପ୍ରମୁଖ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଯାଇ ନାହିଁ । ପୂର୍ବ ବର୍ଷ ତୁଳନାରେ ଆଇନ ଶୃଙ୍ଖଳା ପରିସ୍ଥିତି କମ୍ ହିଂସାତ୍ମକ ଥିଲା ଏବଂ ବିକ୍ଷୋଭରେ କୌଣସି ସାଧାରଣ ନାଗରିକଙ୍କ ହତ୍ୟା ହୋଇନଥିଲା।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କାଶ୍ମୀରର ଯୁବକମାନେ ବିରୋଧ ପ୍ରଦର୍ଶନର ଅସାରତାକୁ ବୁଝିଛନ୍ତି ଏବଂ ଏଭଳି କାର୍ଯ୍ୟରେ ଲିପ୍ତ ନହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଏକ ବଡ ପରିବର୍ତ୍ତନକୁ ବୁଝାଏ ଏବଂ ବିଶ୍ବାସ ଦେଉଛି ଯେ, ଏହି ବର୍ଷ ଧାରା 370 ର ଉଚ୍ଛେଦ ପରେ ଏସବୁ ପରିବର୍ତ୍ତନ ଘଟିଛି । ଆଜି କୌଣସି ବିରୋଧ ନାହିଁ ଏବଂ ପଥର ଫିଙ୍ଗିବା ଘଟଣା ସମ୍ପୂର୍ଣ୍ଣ ଲୋପ ପାଇଛି ଏବଂ ଯୁବକମାନେ ୟୁପିଏସସି ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ମଧ୍ୟ ନିଜ ପ୍ରତିଭା ଦେଖାଇ ପାରୁଛନ୍ତି ।

ABOUT THE AUTHOR

...view details