ଓଡିଶା

odisha

ETV Bharat / bharat

‘ଯେଉଁମାନେ ବନ୍ଦେ ମାତରମ୍‌କୁ ଗ୍ରହଣ କରୁନାହାଁନ୍ତି, ସେମାନଙ୍କର ଭାରତରେ ରହିବାର ଅଧିକାର ନାହିଁ’ - କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଯେଉଁମାନେ ‘ବନ୍ଦେ ମାତରମ୍‌’କୁ ଗ୍ରହଣ କରିପାରିବେ ନାହିଁ ସେମାନଙ୍କର ଭାରତରେ ରହିବା ଅଧିକାର ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଗୁଜୁରାଟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏପରି କହିଥିବା ଦେଖିବାକୁ ମିଳିଛି ।

Pratap Sarangi
‘ଯେଉଁମାନେ ବନ୍ଦେ ମାତରମ୍‌କୁ ଗ୍ରହଣ କରୁନାହାଁନ୍ତି, ସେମାନଙ୍କର ଭାରତରେ ରହିବାର ଅଧିକାର ନାହିଁ’

By

Published : Jan 19, 2020, 1:33 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମ ଖେଳାଉଥିବା ଦର୍ଶାଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ଏହାସହ ଯେଉଁମାନେ ଭାରତର ସ୍ବାଧୀନତା, ଅଖଣ୍ଡତା ଓ ବନ୍ଦେ ମାତରମ୍‌କୁ ଗ୍ରହଣ କରୁନାହାଁନ୍ତି ସେମାନଙ୍କୁ ଭାରତରେ ରହିବାର ଅଧିକାର ନାହିଁ ବୋଲି ସେ କହିଛନ୍ତି ।

‘ଯେଉଁମାନେ ବନ୍ଦେ ମାତରମ୍‌କୁ ଗ୍ରହଣ କରୁନାହାଁନ୍ତି, ସେମାନଙ୍କର ଭାରତରେ ରହିବାର ଅଧିକାର ନାହିଁ’

ଗୁଜୁରାଟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ‘ସିଏଏ ୭୦ ବର୍ଷ ପୂର୍ବରୁ ଆସିବାର ଥିଲା। ଏହା ଆମ ପୂର୍ବଜମାନେ ତଥା କିଛି ନେତା କରିଥିବା ପାପର ଏକ ପ୍ରାୟଶ୍ଚିତ। ସିଏଏ ହେଉଛି ଦେଶ ବିଭାଜନ ଭଳି ପାପର ଏକ ପ୍ରାୟଶ୍ଚିତ। ଏଥିପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଧାଇ ଜଣାଇବା ଦରକାର। କଂଗ୍ରେସ ଏହି ପାପ କରିଥିଲା ଏବଂ ଆମେ ଏହାର ପ୍ରୟାଶ୍ଚିତ କଲୁ।’

ସୂଚନାଥାଉକି, 2014 ଡିସେମ୍ବର 31 ତାରିଖ ସୁଦ୍ଧା ଯେଉଁ ହିନ୍ଦୁ, ଶିଖ୍‌, ଜୈନ, ପାର୍ସୀ, ବୌଦ୍ଧ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକେ ଧାର୍ମିକ ଉତ୍ପୀଡନର ଶିକାର ହୋଇ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଭାରତ ଆସିଥିବେ ସେମାନଙ୍କୁ ସିଏଏ ଆଧାରରେ ଭାରତର ନାଗରିକତା ପ୍ରଦାନ କରାଯିବ ।

ABOUT THE AUTHOR

...view details