ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ଲକଡାଉନ ହେବନି କୋହଳ: ମୁଖ୍ୟମନ୍ତ୍ରୀ

ଦିଲ୍ଲୀରେ ଲକଡାଉନରେ କୌଣସି ପ୍ରକାର କୋହଳ କରାଯିବ ନାହିଁ । 27 ଏପ୍ରିଲ ସ୍ଥିତି ସମୀକ୍ଷା ପରେ ଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଦିଲ୍ଲୀରେ ଲକଡାଉନରେ ହେବନି କୋହଳ: ମୁଖ୍ୟମନ୍ତ୍ରୀ
ଦିଲ୍ଲୀରେ ଲକଡାଉନରେ ହେବନି କୋହଳ: ମୁଖ୍ୟମନ୍ତ୍ରୀ

By

Published : Apr 19, 2020, 3:11 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ପ୍ରେସ କନଫରେନ୍ସରେ କହିଛନ୍ତି ଯେ ଲକଡାଉନରେ କୌଣସି ପ୍ରକାରର ଢିଲା ଦିଆଯିବ ନାହିଁ । ଲକଡାଉନ ହେତୁ ଦେଶରେ ମହାମାରୀର ପ୍ରକୋପ କମିଛି ସତ କିନ୍ତୁ ଏବେ ଦିଲ୍ଲୀରେ ଲକଡାଉନର ଆବଶ୍ୟକତା ରହିଛି । ସହରରେ ଚିହ୍ନଟ ହୋଇଥିବା ହଟସ୍ପଟ ଗୁଡିକରେ କୌଣସି ପ୍ରକାରର କୋହଳ ଦିଆଯିବ ନାହିଁ । 27 ଏପ୍ରିଲରେ ପୁଣି ଥରେ ସମୀକ୍ଷା କରାଯିବ ଏହାପରେ ଯାଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଦିଲ୍ଲୀରେ କୋରୋନା କ୍ଷୀପ୍ର ଗତିରେ ବୃଦ୍ଧି ପାଉଛି । କିନ୍ତୁ ସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶରେ 12 ପ୍ରତିଶତ ମାମଲା ଦିଲ୍ଲୀରେ ରହିଛି । ମରକଜ ଘଟଣା ପରେ ଦିଲ୍ଲୀରେ କ୍ରମାଗତ ଭାବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ତେବେ ଗତକାଲି 186 ଜଣ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି , କିନ୍ତୁ ଏହା ଗମ୍ଭୀରତାର ବିଷୟ ଯେ ତାଙ୍କ ଭିତରେ କୋରୋନା ଲକ୍ଷଣ ଦେଖାଯାଉନାହିଁ । ଯାହା ଅତି ଚିନ୍ତାଜନକ ହୋଇପଡିଛି ।

ଏପ୍ରିଲ 20 ପରେ ଲକଡାଉନରେ କୋହଳ କରାଯିବା ନେଇ କେନ୍ଦ୍ରସରକାର ଘୋଷଣା କରିଥିବା ବେଳେ ଦିଲ୍ଲୀରେ କିନ୍ତୁ କୋହଳ କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଠାରେ କହି ରଖୁଛୁ ଯେ ବିଶ୍ବରେ 22 ଲକ୍ଷରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଥିବା ବେଳେ ଦେଢ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।

ABOUT THE AUTHOR

...view details