ଓଡିଶା

odisha

ETV Bharat / bharat

ଦିଲ୍ଲୀ ସରକାରଙ୍କ ଉପରେ ଅଣ୍ଡର ରିପୋର୍ଟିଂ ଅଭିଯୋଗ, ସଫେଇ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଡାକ୍ତରଖାନା ରିପୋର୍ଟ ଓ ସରକାରଙ୍କ ରିପୋର୍ଟ ମେଳ ଖାଉନି । ଫଳରେ ଦିଲ୍ଲୀ ସରକାରଙ୍କ ଉପରେ ଅଣ୍ଡର ରିପୋର୍ଟିଂର ଏକ ଅଭିଯୋଗ ଆସିଛି । ଏନେଇ ସଫେଇ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । କୌଣସି ଜିନିଷ ଲୁଚାଇବାର କିଛି କାରଣ ନାହିଁ ଏବଂ ସବୁ ତଥ୍ୟ ଜାତୀୟ ସ୍ତରରେ ପ୍ରକାଶ ପାଇବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଦିଲ୍ଲୀ ସରକାରଙ୍କ ଉପରେ ଅଣ୍ଡର ରିପୋର୍ଟିଂ ଅଭିଯୋଗ, ସଫେଇ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ
ଦିଲ୍ଲୀ ସରକାରଙ୍କ ଉପରେ ଅଣ୍ଡର ରିପୋର୍ଟିଂ ଅଭିଯୋଗ, ସଫେଇ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

By

Published : May 10, 2020, 10:55 AM IST

ନୂଆଦିଲ୍ଲୀ: ତଥ୍ୟ ଲୁଚାଉଛନ୍ତି ଦିଲ୍ଲୀ ସରକାର । ଡାକ୍ତରଖାନା ଗୁଡିକ କୋଭିଡ-19ରେ ମୃତକଙ୍କ ସଂଖ୍ୟା ଅଧିକ ଦେଉଛନ୍ତି । କିନ୍ତୁ କୋଭିଡ-19 ବୁଲେଟିନରେ ବାଜୁଛି କମ । ଡାକ୍ତରଖାନା ରିପୋର୍ଟ ଓ ସରକାରଙ୍କ ରିପୋର୍ଟ ମେଳ ଖାଉନି । ଫଳରେ ଦିଲ୍ଲୀ ସରକାରଙ୍କ ଉପରେ ଅଣ୍ଡର ରିପୋର୍ଟିଂର ଏକ ଅଭିଯୋଗ ଆସିଛି । ଏନେଇ ସଫେଇ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । କୌଣସି ଜିନିଷ ଲୁଚାଇବାର କିଛି କାରଣ ନାହିଁ ଏବଂ ସବୁ ତଥ୍ୟ ଜାତୀୟ ସ୍ତରରେ ପ୍ରକାଶ ପାଇବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ତେବେ ସେ ନିଜ ସଫେଇରେ ଏପରି କହିଛନ୍ତି ଯେ, ଡାକ୍ତରଖାନା ଗୁଡିକ ସମସ୍ତ ତଥ୍ୟ ଦେଇନାହାଁନ୍ତି । ଯେପରିକି ବୟସ, ନାମ, ମୃତ୍ୟୁ ଓ ରୋଗୀଙ୍କର ଅନ୍ୟାନ୍ୟ କୌଣସି ରୋଗ ବିଷୟରେ ତଥ୍ୟ ଦିଆଯାଇନାହିଁ ଫଳରେ ସେହି ଆଧାରରେ ହିଁ କୋଭିଡ-19 ବୁଲେଟିନ ଅପ଼ଡେଟ ହୋଇଛି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ ଡାକ୍ତରଖାନା ଗୁଡ଼ିକୁ ଶୀଘ୍ର ମୃତ୍ୟୁ ରିପୋର୍ଟ ଏବଂ ସାରାଂଶ ପଠାଇବାକୁ କହିଛି, ଯାହାଫଳରେ ତଥ୍ୟ ତୁରନ୍ତ ବୁଲେଟିନରେ ଯୋଡି ହୋଇପାରିବ ।

ଦିଲ୍ଲୀର କୋରୋନା ଭାଇରସ୍ କାରଣରୁ ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ଏବଂ ଚାରୋଟି ଡାକ୍ତରଖାନାର ତଥ୍ୟରୁ ଜଣାପଡିଛି ଯେ ନଗର ସରକାରଙ୍କ ଦ୍ବାରା 68 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 92 ଜଣ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ଏହି ସମୟରେ, ସ୍ୱାସ୍ଥ୍ୟ ବିଭାଗ ମଧ୍ୟ କୋଭିଡ-19 ମାମଲାରେ ଦୈନିକ ବୁଲେଟିନ୍ ପାଇଁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ସହିତ ସଂଯୋଗ କରିଛି ବୋଲି ଜଣେ ଅଧିକାରୀ କହିଛନ୍ତି । ଏହାପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ଦୈନିକ ସନ୍ଧ୍ୟା 4 ରୁ 24 ଘଣ୍ଟା ଏହାକୁ ଅନୁସରଣ କରୁଥିଲା । ଏହା ବର୍ତ୍ତମାନ ରାତି 12 ଟାରୁ ହେବ ।

ସେପଟେ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରି ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପରିସ୍ଥିତି ସମ୍ପର୍କରେ ସମସ୍ତ ତଥ୍ୟ ଦିଅନ୍ତୁ । ଗଣମାଧ୍ୟକୁ ସହଯୋଗ କରନ୍ତୁ । ମହାମାରୀ ବିଷୟରେ ଅଣ୍ଡର ରିପୋର୍ଟିଂ ଏକ ଚିନ୍ତାର ବିଷୟ । ଏହା ଅତି ଲଜ୍ଜାଜନକ ଯେ ନିଜ ବିଫଳତାକୁ ଲୁଚାଇବାକୁ ଯାଇ ସରକାର ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି । ଦିଲ୍ଲୀବାସୀଙ୍କ ବିଷୟରେ ସମସ୍ତ ତଥ୍ୟ ଜାଣିବାରୁ ପୁରା ଅଧିକାର ଅଛି । ଅନ୍ତତପକ୍ଷେ ସେମାନଙ୍କୁ ସତ କହିବା ଉଚିତ ।

For All Latest Updates

ABOUT THE AUTHOR

...view details