ନୂଆଦିଲ୍ଲୀ: ଚଳିତ ବର୍ଷର ମୌସୁମୀ ଅଧିବେଶନରେ ସଂସଦର ଉଭୟ ଗୃହରେ କୌଣସି ପ୍ରଶ୍ନକାଳ ଏବଂ ସଦସ୍ୟଙ୍କ ଆଲୋଚନା କରାଯିବ ନାହିଁ । ଏନେଇ ଲୋକସଭା ଓ ରାଜ୍ୟସଭା ବୁଲେଟିନରେ କୁହାଯାଇଛି ।
ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର 14ରୁ ଆରମ୍ଭ ହେବାର ରହିଛି । ବିନା ବାଧାରେ ଗୃହ କାର୍ଯ୍ୟ କରାଯିବା ସହ ଅକ୍ଟୋବର 1ରେ ଶେଷ ହେବାର ଯୋଜନା ରହିଛି।
ସଂସଦର ଉଭୟ ଗୃହ ଦୈନିକ ଚାରି ଘଣ୍ଟା ଧରି ବସିବ । ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ସଂସଦର ଅଧିକାରୀଙ୍କ ସହ ଏକ ବୈଠକରେ ଆଲୋଚନା କରିଛନ୍ତି । ଏହା ସହ ଅଧିବେଶନ ବସିବା ସମୟରେ କୋରୋନା ନିର୍ଦ୍ଦେଶାବଳୀ କିପରି ପାଳନ କରାଯିବ, ସେ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି ।