ଓଡିଶା

odisha

ETV Bharat / bharat

କୋରୋନା ଲକ୍ଷଣ ନଥିବା ଯାତ୍ରୀ 14 ଦିନ କ୍ବାରେଣ୍ଚିନରେ ରହିବେ ନାହିଁ: ତେଲେଙ୍ଗାନା - No quarantine in Telangana for domestic travellers

ଆଜି ହାଇଦ୍ରାବାଦ ବିମାନବନ୍ଦରରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି । ଏହା ମଧ୍ୟରେ କୋରୋନା ଲକ୍ଷଣ ବ୍ୟତୀତ ଯାତ୍ରୀମାନଙ୍କୁ 14 ଦିନିଆ କ୍ବାରେଣ୍ଟିନ ବାଧ୍ୟତାମୂଳକ ନୁହେଁ ବୋଲି ଗତ ରବିବାର ତେଲେଙ୍ଗାନା ସରକାର ଘୋଷଣା କରିଛନ୍ତି ।

corona
କୋରୋନା ଲକ୍ଷଣ ନଥିବା ଯାତ୍ରୀ 14 ଦିନ କ୍ବାରେଣ୍ଚିନରେ ରହିବେ ନାହିଁ

By

Published : May 25, 2020, 11:25 AM IST

ହାଇଦ୍ରାବାଦ: ଆଜି ହାଇଦ୍ରାବାଦ ବିମାନବନ୍ଦରରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି । ଏହା ମଧ୍ୟରେ କୋରୋନା ଲକ୍ଷଣ ବ୍ୟତୀତ ଯାତ୍ରୀମାନଙ୍କୁ 14 ଦିନିଆ କ୍ବାରେଣ୍ଟିନ ବାଧ୍ୟତାମୂଳକ ନୁହେଁ ବୋଲି ଗତ ରବିବାର ତେଲେଙ୍ଗାନା ସରକାର ଘୋଷଣା କରିଛନ୍ତି ।

ଅଫିସିଆଲ ସୂତ୍ରରୁ ପ୍ରକାଶ ଯେ, ହାଇଦ୍ରାବାଦ ଆସୁଥିବା ଘରୋଇ ଯାତ୍ରୀମାନଙ୍କ ପାଇଁ ଯଦି କୌଣସି କୋରୋନା ଲକ୍ଷଣ ପରିଲିକ୍ଷିତ ନହୁଏ ତେବେ ସେମାନଙ୍କୁ କ୍ବାରେଣ୍ଟିନ ସେଣ୍ଟରରେ ରହିବା ଆବଶ୍ୟକ ନାହିଁ । ଏଥିସହ ସେମାନେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ 14 ଦିନ ପର୍ଯ୍ୟନ୍ତ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବେ । ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚୁଥିବା ଘରୋଇ ଯାତ୍ରୀମାନଙ୍କ ମଧ୍ୟରୁ କୋରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ ଯାତ୍ରୀମାନଙ୍କୁ ବିନା କ୍ବାରେଣ୍ଟିନ ପ୍ରୋଟୋକଲ ଅନୁସରଣ କରି ଆଗକୁ ଯିବାକୁ ଅନୁମତି ଦିଆଯିବ ।

ଯେଉଁମାନଙ୍କ ଠାରେ କୋରୋନା ଲକ୍ଷଣ ପରିଲକ୍ଷିତ ହେବ ସେମାନଙ୍କୁ ଆଇସୋଲେସନ କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯିବ । ଯେଉଁ ଯାତ୍ରୀଙ୍କ ଠାରେ ମଧ୍ୟମ କିମ୍ବା ଗୁରୁତର ଲକ୍ଷଣ ଦେଖାଯିବ ସେମାନଙ୍କୁ ଉତ୍ସର୍ଗୀକୃତ କୋରୋନା ସ୍ୱାସ୍ଥ୍ୟ ସୁବିଧା ଦିଆଯିବ । ଟ୍ରେନ ଏବଂ ସଡ଼କ ମାଧ୍ୟମରେ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ ବୋଲି ସୂତ୍ରରୁ ପ୍ରକାଶ।ସ୍ୱାସ୍ଥ୍ୟମନ୍ତ୍ରୀ ଏତଲା ରାଜେନ୍ଦ୍ର ଘରୋଇ ବିମାନ ଯାତ୍ରୀଙ୍କ ପ୍ରସ୍ତୁତି ସମ୍ପର୍କରେ ଅଧିକାରୀଙ୍କ ଟେଲିଫୋନିକ ଜରିଆରେ ଏକ ସମୀକ୍ଷା କରିଥିଲେ। ଅଧିକାରୀମାନେ ତାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀ ବିଷୟରେ ସୂଚନା ଦେଇଥିଲେ।

ଆନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ରାଜ୍ୟ ସରକାର ମଧ୍ୟ ପାଳନ କରିବେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ଆର୍ନ୍ତଜାତୀୟ ଯାତ୍ରୀମାନେ 7 ଦିନ ଅନୁଷ୍ଠାନିକ କ୍ବାରେଣ୍ଟିନ ଏବଂ 7ଦିନ ହୋମ କ୍ବାରେଣ୍ଟିନରେ ରହିବେ । ଗର୍ଭବତୀ ମହିଳା ଏବଂ କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସିଧାସଳଖ ହୋମ କ୍ବାରେଣ୍ଟିନକୁ ପଠାଯିବ । ତେବେ ହୋମ କ୍ବାରେଣ୍ଟିନରେ ଥିବା ସମସ୍ତ ବ୍ୟକ୍ତି ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନଜରରେ ରହିବେ। ଏହାପରେ କୋରୋନା ଲକ୍ଷଣ ଦେଖାଗଲେ ଲୋକଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯିବ।

ABOUT THE AUTHOR

...view details