ଓଡିଶା

odisha

ETV Bharat / bharat

ହିମାଚଳ ପ୍ରଦେଶକୁ ଆଶ୍ବସ୍ତି, ବୁଧବାର ପଜିଟିଭ ଶୂନ - କୋରୋନା ଖବର

ମୋଟ 27 ଜଣଙ୍କ ମଧ୍ୟରୁ 20 ଜଣ ତବଲିଗି ଫେରନ୍ତା ଏବଂ ଏମାନଙ୍କ ଚିକିତ୍ସା ଜାରି ରହିଛି । ବାକି 7 ଜଣ ଏହି 20 ଜଣଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ସୂଚନା ରହିଛି । ଅଧିକ ପଢ଼ନ୍ତୁ...

ହିମାଚଳ ପ୍ରଦେଶକୁ ଆଶ୍ବସ୍ତି, ବୁଧବାର ପଜିଟିଭ ଶୂନ
ହିମାଚଳ ପ୍ରଦେଶକୁ ଆଶ୍ବସ୍ତି, ବୁଧବାର ପଜିଟିଭ ଶୂନ

By

Published : Apr 9, 2020, 12:08 AM IST

ଶିମଲା: କୋରୋନା ଆତଙ୍କ ଭିତରେ ହିମାଚଳ ପ୍ରଦେଶରେ ଖୁସି ଖବର ଆସିଛି । ବୁଧବାର ଗୋଟିଏ ବି କୋରୋନା ପଜିଟିଭ ସାମ୍ନାକୁ ଆସିନାହିଁ । ମଙ୍ଗଳବାର 9ଟି କେସ ବାହାରିଥିବାବେଳେ ବୁଧବାର ଏହା ଶୂନ ରହିଛି ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବୁଧବାର ପରୀକ୍ଷା ହୋଇଥିବା ସମସ୍ତ ରିପୋର୍ଟ ନେଗେଟିଭ ରହିଛି । ଏହାସହ ଏପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 27ରେ ସୀମିତ ରହିଛି ।

ମଙ୍ଗଳବାର ଉନା ଜିଲ୍ଲାରେ 9ଟି ପଜିଟିଭ ମାମଲା ସାମନାକୁ ଆସିଥିଲା । ଏମାନେ ସମସ୍ତେ ତବଲିଘି ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ମୋଟ 27 ଜଣଙ୍କ ମଧ୍ୟରୁ 20 ଜଣ ତବଲିଘି ଫେରନ୍ତା ଏବଂ ଏମାନଙ୍କ ଚିକିତ୍ସା ଜାରି ରହିଛି । ବାକି 7 ଜଣ ଏହି 20 ଜଣଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ସୂଚନା ରହିଛି ।

ଏପର୍ଯ୍ୟନ୍ତ ରାଜ୍ୟରେ 333 ତବଲିଗି ଫେରନ୍ତା ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା 88 ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଏହାସହ ଗସ୍ତର ତଥ୍ୟ ଦେଇନଥିବାରୁ 97 ଜଣ ଲୋକଙ୍କ ବିରୋଧରେ 20ଟି ମାମଲା ରୁଜୁ ହୋଇଛି । ଏମାନେ ତବଲିଘି ସମାବେଶରେ ଯୋଗ ଦେଇଥିବା ଖବର ପୋଲିସକୁ ଦେଇନଥିଲେ ।

ସୌଜନ୍ୟ@ANI

ABOUT THE AUTHOR

...view details