ଓଡିଶା

odisha

ETV Bharat / bharat

ତେଲେଙ୍ଗାନାରେ ନାହିଁ କୋରୋନା ଭୟ - କୋରାନା ଭୟ

ରାକ୍ଷସରୂପି କୋରାନା କବଳରେ କବଳିତ ସାରା ବିଶ୍ବବାସୀ । ଚୀନରୁ ଉତ୍ପତ୍ତି ହୋଇଥିବା ନୋଭେଲ କୋରୋନା ଭାଇରାସ ଭାରତରେ ଦେଖିବାକୁ ମିଳିଛି । ହେଲେ ତେଲେଙ୍ଗାନାରେ ନାହିଁ କୋରୋନା ଭୟ । ଅଧିକ ପଢନ୍ତୁ...

ତେଲେଙ୍ଗାନରେ ନାହିଁ କୋରୋନା ଭୟ
ତେଲେଙ୍ଗାନରେ ନାହିଁ କୋରୋନା ଭୟ

By

Published : Feb 11, 2020, 10:17 AM IST

Updated : Feb 11, 2020, 10:57 AM IST

ହାଇଦ୍ରାବାଦ: ମହାମାରୀ ରୂପ ନେଇଛି କୋରାନା । ରାକ୍ଷସ ରୂପି କୋରୋନା କେବଳ ଚୀନକୁ ଗ୍ରାସି ନାହିଁ । ସାରା ବିଶ୍ବରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଭୟଙ୍କର ନଭେଲ କୋରୋନା ଭାଇରସ ଭାରତରେ ମଧ୍ୟ ଚିହ୍ନଟ ହୋଇସାରିଛି । କେରଳରେ ତିନି ତିନିଟି ରୋଗୀ ଚିହ୍ନଟ ହେବା ପରେ ସାରା ଦେଶରେ କୋରୋନା ଛନକା । ହେଲେ ଭାଗ୍ୟବଶତଃ ଏଯାବତ ତେଲେଙ୍ଗାନାରେ କୌଣସି କୋରାନା ଆକ୍ରାନ୍ତର ଶିକାର ହୋଇନଥିବା ସୂଚନା ମିଳିଛି ।

ତେଲେଙ୍ଗାନାର ସରକାରୀ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା 74 ସାମ୍ପୁଲ ଟେଷ୍ଟ କରାଯାଇଛି । ଯେଉଁଥିରେ ସମସ୍ତ ରକ୍ତ ନମୂନା ନେଗେଟିଭ ରହିଛି । ତେବେ ଆଉ 2 ଜଣଙ୍କ ରକ୍ତ ନମୂନାର ରେଜଲ୍ଟ ଅପେକ୍ଷାରେ ରହିଛି। ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଗାନ୍ଧୀ ହସ୍ପିଟାଲରେ ନଭେଲ କୋରୋନାର ଟେଷ୍ଟ କରାଯାଇଥିଲା । ସମସ୍ତ ରକ୍ତ ନମୂନାର ପରୀକ୍ଷା ପାଇଁ ପୁନେକୁ ପଠାଯାଇଥିଲା । ସୂଚନାଯୋଗ୍ୟ, ଗତ 28ଦିନ ଧରି ନୋଭେଲ କୋରୋନାକୁ ନେଇ ରାଜ୍ୟ ସରକାର ନଜର ରଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 11, 2020, 10:57 AM IST

ABOUT THE AUTHOR

...view details