ଗୌହାଟୀ: ଭାରତର କୌଣସି ବି ବ୍ୟକ୍ତିଙ୍କୁ ତାଙ୍କର ମାନବ ଅଧିକାରରୁ ବଞ୍ଚିତ କରାଯିବା ଉଚିତ୍ ନୁହେଁ । ଏହା ମାନବ ଅଧିକାରର ସାର୍ବଭୌମତ୍ବ ଘୋଷଣାର ଏକ ଅଂଶ ବୋଲି ରାଜ୍ୟଗୋଷ୍ଠୀ ମାନବାଧିକାର ଇନିସିଏଟିଭର ନିର୍ଦ୍ଦେଶକ ସଞ୍ଜୟ ହଜାରିକା କହିଛନ୍ତି । ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା (ଏନଆରସି)ର ଚୂଡାନ୍ତ ତାଲିକା ଉପରେ ପ୍ରତିକ୍ରିୟା ରଖି ସେ ଏଭଳି କହିଛନ୍ତି ।
ଏନଆରସି ପ୍ରସଙ୍ଗ: 'କୌଣସି ଭାରତୀୟ ମାନବ ଅଧିକାରରୁ ବଞ୍ଚିତ ହେବା ଉଚିତ ନୁହେଁ ' - Sanjoy Hazarika
ଭାରତର କୌଣସି ବି ବ୍ୟକ୍ତିଙ୍କୁ ତାଙ୍କର ମାନବ ଅଧିକାରରୁ ବଞ୍ଚିତ କରାଯିବା ଉଚିତ୍ ନୁହେଁ ବୋଲି ରାଜ୍ୟଗୋଷ୍ଠୀ ମାନବ ଅଧିକାର ଇନିସିଏଟିଭର ନିର୍ଦ୍ଦେଶକ ସଞ୍ଜୟ ହଜାରିକା କହିଛନ୍ତି।
ଏକ ସାକ୍ଷାତକାରରେ ସଞ୍ଜୟ କହିଛନ୍ତି," ସରକାରଙ୍କୁ ଏକ ତ୍ରୁଟିମୁକ୍ତ ଏନଆରସି ପ୍ରକାଶ କରିବାର ଆବଶ୍ୟକତା ଥିଲା । କିନ୍ତୁ ଆସାମ ଭଳି ଜଟିଳ ସ୍ଥିତିରେ ଏଭଳି କରିବା କଷ୍ଟକର । ଏନଆରସି ପ୍ରକ୍ରିୟାକୁ ପୁରା କରିବା ମଧ୍ୟ ଆବଶ୍ୟକ ଥିଲା । ଏହା ଦ୍ବାରା ଦେଶରେ ରହୁଥିବା ଅବୈଧ ପ୍ରବାସୀଙ୍କ ପରିଚୟ ହୋଇପାରିବ । କିନ୍ତୁ ଭାରତ ସରକାରଙ୍କୁ ମଧ୍ୟ ଆଗାମୀ ପଦକ୍ଷେପ ବିଷୟରେ ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି ।
ତେବେ ବିଦେଶୀ ଘୋଷିତ ହେବା ପରେ ବାଂଲା୍ଦେଶ ସରକାର ସେମାନଙ୍କୁ ଗ୍ରହଣ କରିବା ପାଇଁ ରୁଚି ରଖୁ ନାହାଁନ୍ତି । ଏହି ପରିପ୍ରେକ୍ଷୀରେ ଭାରତ ସରକାର ସେମାନଙ୍କ ସହ କ'ଣ କରିବେ ସେ ନେଇ ମଧ୍ୟ ଭାବିବାର ଆବଶ୍ୟକତା ରହିଛି" ବୋଲି କହିଛନ୍ତି ସଞ୍ଜୟ ।