ଓଡିଶା

odisha

ETV Bharat / bharat

ସିଏମ ଉଦ୍ଧବ ଠାକରେଙ୍କ ଘୋଷଣା, ମହାରାଷ୍ଟ୍ରରେ ଲାଗୁ ହେବ ନାହିଁ NRC - ଉଦ୍ଧବ ଠାକରେ

ଏନଆରସି ଲାଗୁ ହେଲେ ହିନ୍ଦୁ ଓ ମୁସଲମାନଙ୍କୁ ନାଗରିକତା ସାବ୍ୟସ୍ତ କରିବାରେ ସମସ୍ୟା ସୃଷ୍ଟି ହେବ । ଏହାକୁ ନଜରେ ରଖି ସିଏମ ଉଦ୍ଧବ ଠାକରେ କହିଛନ୍ତି ଯେ, ମହାରାଷ୍ଟ୍ରରେ NRC ଲାଗୁ ହେବ ନାହିଁ। ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Feb 2, 2020, 12:56 PM IST

ମୁମ୍ବାଇ: ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା (NRC)କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ 'ମହା' ବୟାନ । ରାଜ୍ୟରେ ଲାଗୁ ହେବ ନାହିଁ NRC। ସିଏମ ଉଦ୍ଧବ ଠାକରେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଏନ୍‌ଆର୍‌ସି ଲାଗୁ ହେବ ନାହିଁ।

ଶିବସେନାର ମୁଖପତ୍ର 'ସାମ୍ନା' ରେ ଏକ ସାକ୍ଷାତକାର ଦେଇ ସେ ଜଣାଇଛନ୍ତି ଯେ ରାଜ୍ୟରେ NRC ଲାଗୁ ହେବ ନାହିଁ। ଏହି ସାକ୍ଷାତକାରରେ ସେ CAA ସପକ୍ଷରେ ଯୁକ୍ତି ବାଢିଛନ୍ତି । ଏନେଇ ସେ କହିଛନ୍ତି, CAA କୌଣସି ଭାରତୀୟଙ୍କର ନାଗରିକତ୍ବ ଛଡାଇବ ନାହିଁ । ଏହା ନାଗରିକତା ଦେବା କାନୁନ।

NRC ଲାଗୁ ହେଲେ ହିନ୍ଦୁ ଓ ମୁସଲମାନଙ୍କୁ ନାଗରିକତା ସାବ୍ୟସ୍ତ କରିବାରେ ସମସ୍ୟା ସୃଷ୍ଟି ହେବ । ଏପରି ହେଲେ ଏହାକୁ କଦାପି ଲାଗୁ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ସିଏମ ଉଦ୍ଧବ ଠାକରେ ।

ABOUT THE AUTHOR

...view details