ହାଇଦ୍ରାବାଦ: ଗୁରୁ ନାନକଙ୍କ 550 ତମ ଜୟନ୍ତୀ ଓ କରତାରପୁର କରିଡରର ଉଦଘାଟନ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘୋଷଣା । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଖାନ କରତାରପୁର କରିଡର ଯାଉଥିବା ଭାରତୀୟ ଶ୍ରଦ୍ଧାଳୁଙ୍କୁ ଖୁସିଖବର ଦେଇଛନ୍ତି । ଭାରତୀୟ ଶ୍ରଦ୍ଧାଳୁ ବିନା ପାସପୋର୍ଟରେ କରତାରପୁର ଯାଇପାରିବେ ।
ବିନା ପାସପୋର୍ଟରେ କରତାରପୁର ଯାଇପାରିବେ ଭାରତୀୟ ଶ୍ରଦ୍ଧାଳୁ ! - ଇମ୍ରାନ ଖାନ
ବିନା ପାସପୋର୍ଟରେ ଭାରତୀୟ ଶ୍ରଦ୍ଧାଳୁ କରତାରପୁର ଯାଇପାରିବେ ବୋଲି ଘୋଷଣା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ।
ଇମ୍ରାନ ଖାନ କହିଛନ୍ତି ଭାରତରୁ କରତାରପୁର ଯାଉଥିବା ଶିଖ ଶ୍ରଦ୍ଧାଳୁ ମାନଙ୍କୁ ପାସପୋର୍ଟର ଆବଶ୍ୟକତା ନାହିଁ । କେବଳ ତାଙ୍କ ପାଖରେ ପରିଚୟ ପତ୍ର ରହିବା ଦରକାର । ଇମ୍ରାନ ଖାନ କହିଛନ୍ତି ଭାରତୀୟ ଶ୍ରଦ୍ଧାଳୁଙ୍କୁ ଆଉ 10 ଦିନ ପୂର୍ବରୁ ଆବେଦନର ଆବଶ୍ୟକ ନାହିଁ । କରତାରପୁର କରିଡରର ଉଦଘାଟନ ଓ ଗୁରୁ ନାନକଙ୍କ 550 ତମ ଜୟନ୍ତ ଶ୍ରଦ୍ଧାଳୁଙ୍କୁ କୌଣସି ଶୁକ୍ଲ ଦେବାପାଇଁ ପଡିବ ନାହିଁ ।
ଆସନ୍ତା ନଭେମ୍ବର 9 ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରତାରପୁର କରିଡରର ଉଦଘାଟନ କରିବେ । ଏହି ଅବସରରେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁଙ୍କୁ କରତାରପୁର କରିଡର ଉଦଘାଟନରେ ସାମିଲ ହେବାପାଇଁ ବିଶେଷ ନିମନ୍ତ୍ରଣ ପଠାଇଛନ୍ତି । ସିଦ୍ଧୁ ପାକିସ୍ତାନ ଗ୍ରସ୍ତ ପାଇଁ ବିଦେଶ ମନ୍ତ୍ରଣାଳୟର ରାଜନୈତିକ ମଞ୍ଜୁରୀ ନେବା ପାଇଁ ପଡିବ ।