ଓଡିଶା

odisha

ETV Bharat / bharat

କୋରୋନାକୁ ଭୟ କର ନାହିଁ, ଯୋଗ ଅଭ୍ୟାସ କର: ବାବା ରାମଦେବ - କୋରୋନା ଖବର

ଯୋଗଗୁରୁ ବାବା ରାମଦେବ କୋରୋନାକୁ ନେଇ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ଲୋକଙ୍କୁ ପ୍ରତିଷେଧମୂଳକ ସଚେତନ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଅପିଲ କରିଛନ୍ତି । ଅଧିକ ପଢନ୍ତୁ...

no-need-to-fear-on-covid19-says-yoga-guru-baba-ramdev-and-do-yioga
କୋରୋନାକୁ ଭୟ କର ନାହିଁ ଯୋଗ ଅଭ୍ୟାସ କର : ବାବା ରାମଦେବ

By

Published : Mar 15, 2020, 4:08 AM IST

ଡେରାଡୁନ: ଯୋଗଗୁରୁ ବାବା ରାମଦେବ ଶନିବାର କୋରୋନାକୁ ନେଇ ପ୍ରତିଷେଧମୂଳକ ସଚେତନ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି । କୋରୋନାକୁ ନେଇ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ସେ ବୋଲି କହିଛନ୍ତି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋରୋନାକୁ ବିଶ୍ବ ମହାମାରୀ ଘୋଷଣା କରିବା ପରେ ଏହାର ଭୟାବହତା ବୃଦ୍ଧି ପାଇବାରେ ଲାଗିଛି । ଯୋଗଗୁରୁ ବାବା ରାମଦେବ କହିଛନ୍ତି କୋରୋନାକୁ ନେଇ ଭୟ କରିବାର ଆବଶ୍ୟକତା ନାହିଁ । ଏହାର ସଂକ୍ରମଣ ଓ ପ୍ରସାରରୁ ବର୍ତ୍ତିବା ପାଇଁ ସଚେତନତା ଓ ପ୍ରତିକାର ମୂଳକ ବ୍ୟବସ୍ଥା ଗ୍ରହଣ କରନ୍ତୁ । ଜନଗହଳି ପୂର୍ଣ୍ଣ ସ୍ଥାନରେ କିମ୍ବା ବସ, ଟ୍ରେନ ଓ ବିମାନ ଯାତ୍ରା କରିବା ସମୟରେ ସାନିଟାଇଜର ବ୍ୟବହାର କରିବା ପାଇଁ ଅନୁରୋଧ କରିଛନ୍ତି ।

ସାଧାରଣ ସ୍ଥାନରେ ଲୋକଙ୍କ ମଧ୍ୟରୁ 4 ରୁ 5 ଫୁଟର ଦୂରତା ମଧ୍ୟରେ ରହିବା ପାଇଁ କହିଛନ୍ତି । ଘରଠୁ ବାହାରକୁ ବାହାରିଲେ ମାସ୍କ ବ୍ୟବହାର କରିବା ପାଇଁ ଅନୁରୋଧ କରିଛନ୍ତି । ଏହା ସହ ବାବା ରାମଦେବ ଯୋଗ କରିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି । ପ୍ରାକୃତିକ ଜୀବନଶୈଳୀକୁ ଆପଣାନ୍ତୁ ଏହା ଦ୍ବାରା ହୃଦରୋଗ, ଡାଇବେଟିସ ଓ ଆଜମା ଭଳି ରୋଗରୁ ଦୂରେଇ ରୁହନ୍ତୁ । ଯୋଗ କରିବା ଲୋକଙ୍କୁ କୋରୋନା ଭାଇରସ ସଂକ୍ରମଣ ସମ୍ଭାବନା କମ ରହିଥାଏ ବୋଲି କହିଛନ୍ତି ରାମଦେବ।

@ANI

ABOUT THE AUTHOR

...view details