ନୂଆଦିଲ୍ଲୀ:ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମନ୍ତବ୍ୟ । କହିଲେ ସିଏଏ ଉପରେ କୌଣସି ଧ୍ୟାନ ନଦେଇ, ବେକାରୀ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ।
‘ସିଏଏ ନୁହେଁ ବେକାରୀ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ’ - kejriwal
ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ । ସିଏଏ ଉପରେ କୌଣସି ଧ୍ୟାନ ନଦେଇ, ବେକାରୀ ସମସ୍ୟା ଉପରେ ଧ୍ୟାନ ଦେବାକୁ କହିଲେ କେଜ୍ରିୱାଲ । ଆଗକୁ ପଢନ୍ତୁ...
![‘ସିଏଏ ନୁହେଁ ବେକାରୀ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ’ ସିଏଏ ନୁହେଁ ବେକାରୀ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ](https://etvbharatimages.akamaized.net/etvbharat/prod-images/768-512-5582217-thumbnail-3x2-hh.jpg)
ଫାଇଲ ଫଟୋ
ଏପଟେ ଦେଶର ଅର୍ଥନୀତି ଦୁର୍ବଳ ହେବାରେ ଲାଗିଲାଣି। ବେକାରୀ ସମସ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଲାଣି। ଏହି ଆଇନର କଣ ଆବଶ୍ୟକତା, ମୁଁ ବୁଝି ପାରୁନାହିଁ। ପାକିସ୍ତାନର ହିନ୍ଦୁଙ୍କ ପାଇଁ ବହୁତ ଭଲପାଇବା, ହେଲେ ଭାରତୀୟ ହିନ୍ଦୁଙ୍କ ପାଇଁ କାହିଁ?
ଏହାର ସମାଧାନ ନଖୋଜି ସିଏଏ ପଛରେ ଲୋକେ କାହିଁକି ପଡିଛନ୍ତି ତାହା ମୁଁ ବୁଝି ପାରୁନି। ମୁଁ ନିକଟରେ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲି ଯାହା ନିକଟରେ ଜନ୍ମ ପ୍ରମାଣପତ୍ର ନଥିଲା। କାରଣ ସେ ଘରେ ଜନ୍ମ ନେଇଥିଲେ। ତାଙ୍କର ମାତା ପିତା ଜନ୍ମ ପ୍ରମାଣପତ୍ର ବାବଦରେ ଏତେ ଜାଣିନଥିଲେ। ତାଙ୍କୁ ମଧ୍ୟ ଦେଶ ଛାଡିବାକୁ ପଡିବ ବୋଲି କହିଛନ୍ତି କେଜ୍ରିୱାଲ।