ଓଡିଶା

odisha

ETV Bharat / bharat

କମିବନି କେନ୍ଦ୍ର ସରକାର କର୍ମଚାରୀଙ୍କ ଅବସର ବୟସ ସୀମା: ଜିତେନ୍ଦ୍ର ସିଂ - central govt employees

ଗୋଟିଏ ପଟେ ଦେଶ କୋରୋନା ବିରୁଦ୍ଧରେ ଲଢୁଥିବାବେଳେ ଅପରପକ୍ଷେ କିଛି ଗଣମାଧ୍ୟମରେ ଏହା ପ୍ରଚାର କରାଯାଉଛି ଯେ କେନ୍ଦ୍ର ସରକାର କର୍ମଚାରୀଙ୍କ ବୟସ ସୀମା ହ୍ରାସ କରିବାକୁ ଯୋଜନା କରାଯାଉଛି । ଯାହାକୁ ଖଣ୍ଡନ କରିଛନ୍ତି ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ।

କେନ୍ଦ୍ର ସରକାର କର୍ମଚାରୀଙ୍କ ବୟସ ସୀମା ହ୍ରାସ କରିବାର କୌଣସି ଯୋଜନା ନାହିଁ: ଜିତେନ୍ଦ୍ର ସିଂ
କେନ୍ଦ୍ର ସରକାର କର୍ମଚାରୀଙ୍କ ବୟସ ସୀମା ହ୍ରାସ କରିବାର କୌଣସି ଯୋଜନା ନାହିଁ: ଜିତେନ୍ଦ୍ର ସିଂ

By

Published : Apr 27, 2020, 12:11 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀଙ୍କ ଅବସର ବୟସ ହ୍ରାସ କରିବାକୁ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ସଫା ସଫା ମନା କରିଛନ୍ତି ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି । କର୍ମଚାରୀଙ୍କ ଶୀଘ୍ର ଅବସର ନେବାକୁ ଥିବା ଏକ ପ୍ରସ୍ତାବ ବିଷୟରେ ଗଣମାଧ୍ୟମର ଏକ ରିପୋର୍ଟକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ।

60 ବର୍ଷରେ କେନ୍ଦ୍ର ସରକାର କର୍ମଚାରୀ ଅବସର ନେଇଥାନ୍ତି । ତେବେ ସରକାରୀ କର୍ମଚାରୀଙ୍କ ଅବସର ବୟସକୁ 50 ବର୍ଷକୁ ହ୍ରାସ କରିବା ପାଇଁ ସରକାର ଏକ ପ୍ରସ୍ତାବକୁ ଘୁଞ୍ଚାଇ ଦେଇଥିବା ରିପୋର୍ଟକୁ ଦୃଢ ଭାବରେ ଖଣ୍ଡନ କରି ମନ୍ତ୍ରୀ କହିଛନ୍ତି ଯେ ଅବସର ବୟସକୁ ହ୍ରାସ କରିବା ପାଇଁ କୌଣସି ପଦକ୍ଷେପ ନାହିଁ । କିମ୍ବା ଏଭଳି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନାହିଁ ।

ମନ୍ତ୍ରୀ କହିଛନ୍ତି ଯେ, କିଛି ନିର୍ଦ୍ଦିଷ୍ଟ ଗୋଷ୍ଟୀ ଯେଉଁମାନେ ଏହି ବିଭ୍ରାନ୍ତିକର ତଥ୍ୟ ବାରମ୍ବାର ଗଣମାଧ୍ୟମରେ ପ୍ରଚାର କରୁଛନ୍ତି । ତେବେ ହିତାଧିକାରୀଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ପ୍ରତ୍ୟେକ ଥର ଏକ ତୀବ୍ର ପ୍ରତିବାଦ କରିବାକୁ ଚେଷ୍ଟା କରାଯାଇଥାଏ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁର୍ଭାଗ୍ୟଜନକ ଯେ ଏହି ସମୟରେ ଦେଶ କୋରୋନା ଭାଇରସ୍ ସଙ୍କଟ ଦେଇ ଗତି କରୁଛି, ଯେତେବେଳେ କି କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ସରକାରଙ୍କର କରାଯାଉଥିବା ଉନ୍ନତ ମୂଳକ କାର୍ଯ୍ୟକୁ ଅଣଦେଖା କରି ଏହିଭଳି କିଛି ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି । ଅପରପକ୍ଷେ, କୋରୋନା ଭାଇରସ ମୁକାବିଲାର ଆରମ୍ଭରୁ ହିଁ କର୍ମଚାରୀ ଏବଂ ପ୍ରଶିକ୍ଷଣ ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ତୁରନ୍ତ ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ନିଜ ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି ।

For All Latest Updates

ABOUT THE AUTHOR

...view details