ଓଡିଶା

odisha

ETV Bharat / bharat

ମନ୍ତ୍ରୀ ପିନ୍ଧିଲେନି ମାସ୍କ, ସମର୍ଥକଙ୍କ ସହ ଘରେ କଲେ ପ୍ରବେଶ: ଭିଡିଓ ଭାଇରାଲ - ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ନରୋତ୍ତମ ମିଶ୍ର

କେନ୍ଦ୍ର ସରକାର ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ଏହାସହ ସମାଜିକ ଦୂରତା ମଧ୍ୟ ବଜାୟ ରଖିବାକୁ ମଧ୍ୟ ବାରମ୍ବାର ପରାମର୍ଶ ଦିଆଯାଉଛି । ତେବେ ଏହାକୁ ଖୋଦ ସ୍ବାସ୍ଥ୍ୟମନ୍ତ୍ରୀ ମାନୁ ନଥିବା ଚିତ୍ର ସମାନକୁ ଆସିଛି । ଏହି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ ।

ବିବାଦରେ ମଧ୍ୟପ୍ରଦେଶ ସ୍ବାସ୍ଥ୍ୟମନ୍ତ୍ରୀ: ଘରକୁ ଫେରିବା ବେଳେ ମୁହଁରେ ପିନ୍ଧିନଥିଲେ ମାସ୍କ, ଭିଡିଓ ଭାଇରାଲ
ବିବାଦରେ ମଧ୍ୟପ୍ରଦେଶ ସ୍ବାସ୍ଥ୍ୟମନ୍ତ୍ରୀ: ଘରକୁ ଫେରିବା ବେଳେ ମୁହଁରେ ପିନ୍ଧିନଥିଲେ ମାସ୍କ, ଭିଡିଓ ଭାଇରାଲ

By

Published : Apr 27, 2020, 11:02 AM IST

ଭୋପାଲ: ନିୟମ ଭୁଲିଲେ ଖୋଦ ସ୍ବାସ୍ଥ୍ୟମନ୍ତ୍ରୀ । ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ନରୋତ୍ତମ ମିଶ୍ର ତାଙ୍କ ନିଯୁକ୍ତି ପରେ ପ୍ରଥମ ଥର ନିଜ ସହର ଗସ୍ତରେ ଆସିଥିବା ବେଳେ ସାମାଜିକ ଦୂରତା ନିୟମକୁ ଉଲ୍ଲଂଘନ କରିଛନ୍ତି । ଦାୟିତ୍ବ ଗ୍ରହଣ ପରେ ପ୍ରଥମଥର ଘରକୁ ଫେରିଥିବା ବେଳେ ତାଙ୍କୁ ପରିବାର ଲୋକ ସ୍ବାଗତ ସମ୍ବର୍ଦ୍ଧନା ଦେଉଥିବା ସମୟରେ ସେ ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳିଛି ।

ବିବାଦରେ ମଧ୍ୟପ୍ରଦେଶ ସ୍ବାସ୍ଥ୍ୟମନ୍ତ୍ରୀ: ଘରକୁ ଫେରିବା ବେଳେ ମୁହଁରେ ପିନ୍ଧିନଥିଲେ ମାସ୍କ, ଭିଡିଓ ଭାଇରାଲ

ସ୍ୱାସ୍ଥ୍ୟମନ୍ତ୍ରୀ ନରୋତ୍ତମ ମିଶ୍ର ଶନିବାର ଦିନ ନିଜ ସହର ଡାଟିଆ ଯାଇଥିଲେ। ସେ ତାଙ୍କ ସମର୍ଥକଙ୍କ ସହ ତାଙ୍କ ଘର ନିକଟକୁ ଆସିବାବେଳେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ସ୍ବାଗତ ଜଣାଇଥିଲେ । ହେଲେ ଏହି ସମୟରେ ନା ମନ୍ତ୍ରୀ ନା ମନ୍ତ୍ରୀଙ୍କ ଧର୍ମପତ୍ନୀ କିମ୍ବା ପରିବାର ସଦସ୍ୟ କେହି ମଧ୍ୟ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିନଥିଲା ।

ତେବେ ମନ୍ତ୍ରୀଙ୍କ ସହ ଥିବା 12 ଜଣ ସମର୍ଥକ ମଧ୍ୟ ମାସ୍କ ପିନ୍ଧି ନଥିଲେ ଏବଂ ତାଙ୍କ ପଛରେ ଛିଡା ହୋଇଥିଲେ। ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ମଧ୍ୟ ଦେଖିବାକୁ ମିଳିନଥିଲା । ଏହି ସମାବେଶର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ସୁଦ୍ଧା ମଧ୍ୟପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2090 ରେପହଞ୍ଚିଛି । ଗତ 24 ଘଣ୍ଟାରେ 145 ଟି ନୂଆ ମାମଲା ସାମନାକୁ ଆସିଛି ।

ABOUT THE AUTHOR

...view details