ପାଣାଜୀ: ଦେଶରେ କୋରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ପ୍ରତିହତ ପାଇଁ ପ୍ରୟାସ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଗୋଆ ସରକାର ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ଏହି ପ୍ଲାନ ଅନୁଯାୟୀ, ଖୁବ ଶୀଘ୍ର ରାଜ୍ୟରେ ପେଟ୍ରୋଲ କିମ୍ବା ରାସନ ପାଇଁ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ ।
କୋଭିଡ -19 ପରିଚାଳନା ଏବଂ ରିଲିଫ କାର୍ଯ୍ୟର ତଦାରଖ କରୁଥିବା ଗୋଆ ସରକାରଙ୍କ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ଗୁରୁବାର ଦିନ ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାରକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି ।
ଗୁରୁବାର ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ, ରାଜ୍ୟକୁ ଫେସ୍ କଭର କିମ୍ବା ମାସ୍କ ବ୍ୟବହାରକୁ କାର୍ଯ୍ୟକାରୀ କରିବା ଆବଶ୍ୟକ ରହିଛି ବୋଲି କମିଟି ନିଷ୍ପତ୍ତି ନେଇଛି । ଏହାକୁ ସକ୍ଷମ କରିବା ପାଇଁ ରାଜ୍ୟ ଏକ ଅଭିଯାନ ଆରମ୍ଭ କରିବା ଉଚିତ । ଯେପରିକି 'ମାସ୍କ ନାହିଁ ତ ପେଟ୍ରୋଲ ନାହିଁ' ଏବଂ 'ମାସ୍କ ନାହିଁ ତ ରାସନ ନାହିଁ' କିମ୍ବା 'ମାସ୍କ ନାହିଁ ତ ପେଟ୍ରୋଲ କିମ୍ବା ରାସନ ନାହିଁ' ।