ଓଡିଶା

odisha

By

Published : Jul 18, 2020, 1:13 PM IST

ETV Bharat / bharat

କୋରୋନା ରୋକିବାକୁ ନୂଆ ପଦକ୍ଷେପ, ମାସ୍କ ନାହିଁ ତ ଏଣ୍ଟ୍ରି ନାହିଁ

ମାସ୍କ ନାହିଁ ତ ଏଣ୍ଟ୍ରି ନାହିଁ । ବିନା ମାସ୍କରେ ଯାତ୍ରୀଙ୍କୁ ନେବୁ ନାହିଁ । ମହାମାରୀ କୋରୋନା ସମୟରେ ଏଭଳି କିଛି ନିୟମ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଗୁଜୁରାଟ ଆରାଭଳି ଜିଲ୍ଲାର ଅଟୋରିକ୍ସା ଡ୍ରାଇଭର ।

ମାସ୍କ ନାହିଁ ତ ଏଣ୍ଟ୍ରି ନାହିଁ
ମାସ୍କ ନାହିଁ ତ ଏଣ୍ଟ୍ରି ନାହିଁ

ଗାନ୍ଧୀନଗର: ମାସ୍କ ନାହିଁ ତ ଏଣ୍ଟ୍ରି ନାହିଁ । ବିନା ମାସ୍କରେ ଯାତ୍ରୀଙ୍କୁ ନେବୁ ନାହିଁ । ମହାମାରୀ କୋରୋନା ସମୟରେ ଏଭଳି କିଛି ନିୟମ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଗୁଜୁରାଟ ଆରାଭଳି ଜିଲ୍ଲାର ଅଟୋରିକ୍ସା ଡ୍ରାଇଭର । କୋରୋନା ବିସ୍ତାରକୁ ରୋକିବା ପାଇଁ ଗ୍ରାହକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆରାଭଳି ଜିଲ୍ଲା ବାଇଡ୍ ଅଞ୍ଚଳର ଅଟୋରିକ୍ସା ଡ୍ରାଇଭର ।

ଆରାଭାଲୀ ଜିଲ୍ଲାରେ କରୋନା ବିସ୍ତାରକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଥିବାବେଳେ ବର୍ତ୍ତମାନ ଏଭଳି ପଦକ୍ଷେପ ନେଇ ଲୋକଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି କରିଛନ୍ତି ଏମାନେ । ଜିଲ୍ଲାର ବାଇଡ ନଗର ଅଟୋରିକ୍ସା ଆସୋସିଏସନ ଦ୍ୱାରା ସମସ୍ତ ରିକ୍ସାରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଗ୍ରାହକଙ୍କୁ ଅଟୋରିକ୍ସାରେ ଯାତ୍ରା କରିବା ପୂର୍ବରୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

ଗ୍ରାହକଙ୍କୁ ଅବଗତ କରାଇବା ପାଇଁ ସହରର ସମସ୍ତ ଅଟୋରିକ୍ସା ଡ୍ରାଇଭର ଏନେଇ ରିକ୍ସା ସମ୍ମୁଖରେ ଏକ ବୋର୍ଡ ଲଗାଇଛନ୍ତି ।

ABOUT THE AUTHOR

...view details