ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ମାମଲାରେ ଆସିଛି ନୂଆ ମୋଡ। ପୂର୍ବତନ ବିଜେପି ବିଧାୟକ କୁଳଦୀପ ସିଂ ସେଙ୍ଗର ଏହି ଦୁଷ୍କର୍ମ ଘଟଣା ଦିନ ଘଟଣାସ୍ଥଳରେ ଅନୁପସ୍ଥିତ ଥିଲେ। ଗତ ବୁଧବାର ଦିଲ୍ଲୀର ତୀସ ହଜାରି କୋର୍ଟକୁ ଏ ସମ୍ପର୍କରେ ଜଣାଇଛି ଆଇଫୋନ୍ ନିର୍ମାତା କମ୍ପାନୀ ଆପଲ।
ଉନ୍ନାଓ ଦୁଷ୍କର୍ମ ମାମଲାରେ ନୂଆ ମୋଡ
ପୂର୍ବତନ ବିଜେପି ବିଧାୟକ କୁଳଦୀପ ସିଂ ସେଙ୍ଗର ଉନ୍ନାଓ ଦୁଷ୍କର୍ମ ଘଟଣା ଘଟିବା ଦିନ ଘଟଣାସ୍ଥଳରେ ଅନୁପସ୍ଥିତ ଥିଲେ। ଗତ ବୁଧବାର ଦିଲ୍ଲୀର ତୀସ ହଜାରି କୋର୍ଟକୁ ଏ ସମ୍ପର୍କରେ ଜଣାଇଛି ଆଇଫୋନ୍ ନିର୍ମାତା କମ୍ପାନୀ ଆପଲ।
ଫାଇଲ ଫଟୋ
ଅଭିଯୁକ୍ତ ପୂର୍ବତନ ବିଧାୟକ ଉନ୍ନାଓ ଦୁଷ୍କର୍ମ ଘଟଣା ଦିନ ଘଟଣାସ୍ଥଳରେ ଉପସ୍ଥିତ ନଥିବା କୋର୍ଟକୁ ଜଣାଇଥିଲେ । ଏହି ଆଧାରରେ କୋର୍ଟ ଗତ ସେପ୍ଟେମ୍ବର 29ରେ ଆପଲ କମ୍ପାନୀକୁ ତାଙ୍କ ଲୋକେସନ ବାବଦରେ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ମୋବାଇଲ ଲୋକେସନ ଯାଞ୍ଚ ପରେ ଏ ଘଟଣା ଘଟିବା ଦିନ ଅଭିଯୁକ୍ତ କୁଳଦୀପ ସିଂ ସେଙ୍ଗର ଉକ୍ତ ସ୍ଥାନରେ ଅନୁପସ୍ଥିତ ଥିବା ଆପଲ କମ୍ପାନୀ ଗତ ବୁଧବାର ଦିଲ୍ଲୀର ତୀସ ହଜାରି କୋର୍ଟକୁ ଜଣାଇଛି।