ଓଡିଶା

odisha

ETV Bharat / bharat

ପୁଅ ସହ ସମକକ୍ଷ ଝିଅ: ଦେଢ ବର୍ଷ ଧରି ଘରେ ଘରେ ପହଞ୍ଚାଉଛନ୍ତି ଖାଦ୍ୟ - ଡେଲିବରୀ ଗାର୍ଲ ଜନାନୀ

ସବୁ ପ୍ରତିବନ୍ଧକ ଭାଙ୍ଗି ପୁଅ ସହ ସମକକ୍ଷ ହେଲେ ହାଇଦ୍ରାବାଦର ଜଣେ ଯୁବତୀ । ଦୀର୍ଘ ଦେଢ ବର୍ଷ ଧରି ଏକ ଜଣାଶୁଣା ଅନଲାଇନ ଫୁଡ ଡେଲିଭରି ଏଜେଣ୍ଟ ଭାବେ କାମ କରୁଛନ୍ତି ଜନାନୀ ରାଓ ।

ଡିଜାଇନ ଫଟୋ

By

Published : Oct 19, 2019, 10:43 AM IST

ହାଇଦ୍ରାବାଦ: କୌଣସି କ୍ଷେତ୍ରରେ କମ ନୁହଁନ୍ତି ଝିଅ । ଏକ ପୁରୁଷ ସମାଜ ଦେଶରେ ନିଜର ଅସ୍ଥିତ୍ବକୁ ପ୍ରମାଣିତ କରିପାରିଛନ୍ତି ଏମାନେ । ସାଜସଜ୍ଜା ଓ ଫ୍ୟାଶନ ଦୁନିଆରେ ସୀମିତ ନ ରହି ମହାକାଶକୁ ଗଲେଣି । ଉଡାଜାହାଜ ବି ଉଡାଇଲେଣି । ଆଉ ପ୍ରତିରକ୍ଷା ଦିଗରେ ନିଜକୁ ସାମିଲ ମଧ୍ୟ କରିପାରିଛନ୍ତି । କିନ୍ତୁ କେବେ ଅନଲାଇନ ଅର୍ଡରରେ କୌଣସି ଝିଅକୁ ଦେଖିଛନ୍ତି କି ? ଡେଲିଭର ବୟ ବଦଳରେ ଡେଲିଭର ଗାର୍ଲଙ୍କୁ ।

ଏମିତି ଏକ ନୂଆ ଇତିହାସ ସୃଷ୍ଟି କରିପାରିଛନ୍ତି, ହାଇଦ୍ରାବାଦସ୍ଥିତ 20 ବର୍ଷୀୟ ଜନାନୀ ରାଓ । ଯିଏକି ଡେଲିଭର ଗାର୍ଲ ସାଜିଛନ୍ତି । ଏକ ଜଣାଶୁଣା ଅନଲାଇନ ଫୁଡ ଡେଲିଭରି ଏଜେଣ୍ଟ ଭାବେ ସେ କାମ କରୁଛନ୍ତି । ଗତ ଦେଢ ବର୍ଷ ହେବ ନିଜ ସ୍କୁଟିରେ ବୁଲି ବୁଲି ଗ୍ରାହକଙ୍କ ନିକଟରେ ପହଞ୍ଚାଉଛନ୍ତି ଅର୍ଡର । ଯାହାକୁ ନେଇ ଜନାନୀ କୁହନ୍ତି, ତାଙ୍କୁ ଏହି କାର୍ଯ୍ୟ ଆନନ୍ଦ ଦେଉଛି , ପ୍ରତିଦିନ ଭିନ୍ନ ଭିନ୍ନ ଲୋକଙ୍କ ସହ ତାଙ୍କର ସାକ୍ଷାତ ହେଉଛି । ଆଉ ତାଙ୍କର ଏହି କାର୍ଯ୍ୟ ପାଇଁ ସମସ୍ତ ତାଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି । କୌଣସି କାମ ତାଙ୍କ ପାଇଁ ଛୋଟ କିମ୍ବା ବଡ ନୁହେଁ ।


ସେପଟେ, ଜଣେ ମହିଳାଙ୍କ ସୁରକ୍ଷାଦୃଷ୍ଟି କୋଣରୁ ମହିଳାଙ୍କ ପାଇଁ ହାଇଦ୍ରାବାଦ ଦ୍ବିତୀୟ ସୁରକ୍ଷିତ ସ୍ଥାନ । ତେଣୁ ଏହି କାର୍ଯ୍ୟରେ ଅନ୍ୟ ଝିଅମାନେ ମଧ୍ୟ ଯୋଗ ଦେଇପାରିବେ ।

ABOUT THE AUTHOR

...view details