ନୂଆଦିଲ୍ଲୀ: ମଣିଷ ଜୀବନ ପ୍ରତି ଘାତକ ସାଜିଛି ମହାମାରୀ କୋରୋନା ଭାଇରସ । ସଂକ୍ରମଣର ଶିକାର ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଅନେକଙ୍କର ମୃତ୍ୟୁ ହେଉଛି । ତେବେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ICMR) କୋରୋନା ଭାଇରସ ସଂକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଶରୀର ବ୍ୟବଚ୍ଛେଦ ନେଇ ନୂଆ ଗାଇଡଲାଇନ ଜାରି କରିଛି ।
ଏକ 35 ପୃଷ୍ଠାର ବିସ୍ତୃତ ଦସ୍ତାବିଜରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ICMR) କୋରୋନା ଜନିତ ମୃତଶରୀରର ବ୍ୟବଚ୍ଛେଦ ସମୟରେ ପୂର୍ବରୁ ଥିବାକୌଶଳ ଆପଣାଇବାକୁ ବାରଣ କରାଯାଇଛି । ଏଥିସହିତ ମୃତଦେହର ଫରେନସିକ ପରୀକ୍ଷା ସମୟରେ ଡାକ୍ତର ଓ ଅନ୍ୟ ମୃତଦେହ ଗୃହ କର୍ମଚାରୀଙ୍କ ଦେହରୁ ନିର୍ଗତ ତରଳ ପଦାର୍ଥ ଜୀବନ ପ୍ରତି ବିପଦ ସୃଷ୍ଟିକରିବାର ସମ୍ଭାବନା ରହିଛି । ଅର୍ଥାତ ମୃତଦେହ ବ୍ୟବଚ୍ଛେଦ ସମୟରେ ମେଡିକାଲ କର୍ମଚାରୀ ସଂକ୍ରମଣର ଶୀକାର ହେବାର ସମ୍ଭାବନା ଥିବାରୁ ବ୍ୟବଚ୍ଛେଦକୁ ବାରଣ କରାଯାଇଛି ।
COVID-19 ମୃତଶରୀର ବ୍ୟବଚ୍ଛେଦ ଗାଇଡଲାଇନ:
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଦ୍ବାରା ଜାରି 'COVID-19 ମୃତ୍ୟୁରେ ମେଡିକୋ-ଲିଗାଲ୍ ବ୍ୟବଚ୍ଛେଦ ପାଇଁ ଷ୍ଟାଣ୍ଡାର୍ଡ ଗାଇଡଲାଇନ' ଅନୁଯାୟୀ, ଡାକ୍ତରଖାନାରେ ତଥା ଚିକିତ୍ସା ସେବାରେ ମୃତ୍ୟୁ ଏକ MLC ନୁହେଁ । ଏବଂ ପୋଷ୍ଟମର୍ଟମ ଆବଶ୍ୟକ କରେ ନାହିଁ । ଏହି ପ୍ରକାର ମୃତ୍ୟୁ ପାଇଁ ଚିକିତ୍ସା କରିଥିବା ଡାକ୍ତରଙ୍କ ପକ୍ଷରୁ ମୃତ୍ୟୁର ଆବଶ୍ୟକ ପ୍ରମାଣପତ୍ର ମୃତ୍ୟୁର କାରଣ ସାର୍ଟିଫିକେଟ ଭାବେ ଗ୍ରହଣୀୟ ହେବ |
କୋଭିଡ-19ରେ ମୃତ୍ୟୁ ସନ୍ଦେହରେ କେତେକ ମାମଲା ଡାକ୍ତରଖାନାକୁ ଅଣାଯାଉଛି । ତେବେ ଏହି କ୍ଷେତ୍ରରେ ଜରୁରୀକାଳୀନ ଡାକ୍ତରଙ୍କ ଦ୍ବାରା ମୃତ୍ୟୁର ପ୍ରକୃତ କାରଣ ଆବଶ୍ୟକତା ରହିଛି । ମୃତ୍ୟୁର ସ୍ପଷ୍ଟତା ପାଇଁ ପୋଷ୍ଟମର୍ଟମ ପରୀକ୍ଷା ଆବଶ୍ୟକ ହୋଇପାରେ ବୋଲି ପୋଲିସକୁ ସୂଚନା ଦିଆଯାଇଛି । ଡ୍ରାଫ୍ଟ ଗାଇଡଲାଇନରେ କୁହାଯାଇଛି ଯେ ଏହି ମାମଲାଗୁଡ଼ିକର ଫରେନସିକ୍ ଶବ ବ୍ୟବଚ୍ଛେଦ କରାଯାଇ ପାରିବ ।
କେତେକ ମାମଲା ଆତ୍ମହତ୍ୟା ହତ୍ୟା, ଦୁର୍ଘଟଣା କୋରୋନା ପଜିଟିଭ ସନ୍ଦେହ କିମ୍ବା ସଂକ୍ରମଣର ଶୀକାର ଜନିତ ମଧ୍ୟ ସାମ୍ନାକୁ ଆସୁଛି । ଏହି ସବୁ ଘଟଣାରେ ଅନୁସନ୍ଧାନ ପ୍ରକ୍ରିୟା ପରେ ମେଡିକୋ-ଲିଗାଲ୍ ଶବ ବ୍ୟବଚ୍ଛେଦ ପାଇଁ ପୋଲିସର ଅଧିକାର ଅଛି । କୋରୋନା ଭାଇରସର ସମୟରେ ଅନୁସନ୍ଧାନକାରୀ ଅଫିସର ମୃତଦେବ ବ୍ୟବଚ୍ଛେଦ ହେବା ଆବଶ୍ୟକ ରହିଛି କି ନା ସେ ନେଇ ନିଷ୍ପତି ନେବେ । ତେବେ ଯଦି ସଂପୃକ୍ତ ଅଫିସର ବ୍ୟବଚ୍ଛେଦ ଅନାବଶ୍ୟକ ଅନୁଭବ କରନ୍ତି ତେବେ ସେ ଅନ୍ୟ ବିକଳ୍ପ ନିଷ୍ପତି ନେଇପାରିବେ ।
କୋରୋନା ଭାଇରସ ଜନିତ ମୃତଦେବ ବ୍ୟବଚ୍ଛେଦ ସମୟରେ ଅତ୍ୟନ୍ତ ସାବଧାନତା ଆପଣାଇବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ମୃତ ଶରୀରର ଅସ୍ଥି କିମ୍ବା କୋଷର ସଂସ୍ପର୍ଶରେ ଆସିଲେ ସଂକ୍ରମଣର ସମ୍ଭାବନା ରହିଛି ।