ଓଡିଶା

odisha

ETV Bharat / bharat

ବିଜ୍ଞାନରେ କୌଣସି ବିଫଳତା ନାହିଁ, ଧୈର୍ଯ୍ୟ ରଖନ୍ତୁ: ମୋଦି - ଇସ୍ରୋ ବୈଜ୍ଞାନିକ

ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ ମୋଦି । ବିଜ୍ଞାନରେ କୌଣସି ବିଫଳତା ନାହିଁ, କେବଳ ଏହାର ପ୍ରୟୋଗ ଓ ପ୍ରୟାସ ରହିଛି ବୋଲି ମୋଦି କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Sep 7, 2019, 11:33 AM IST


ବେଙ୍ଗାଲୁରୁ: ବିଜ୍ଞାନରେ କୌଣସି ବିଫଳତା ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଇସ୍ରୋ ନିୟନ୍ତ୍ରଣ କେନ୍ଦ୍ରରୁ ଅଭିଭାଷଣ ପ୍ରଦାନ କରି ମୋଦି ଏହା ପ୍ରକାଶ କରିଛନ୍ତି । ଚନ୍ଦ୍ରପୃଷ୍ଠରେ ଅବସ୍ଥାପିତ ହେବା ପୂର୍ବରୁ ନିୟନ୍ତ୍ରଣ କେନ୍ଦ୍ର ସହ ଯୋଗାଯୋଗ ବିଚ୍ଛିନ୍ନ କରିଛି । ଏହାପରେ ପ୍ରଧାନମନ୍ତ୍ରୀ ବୈଜ୍ଞାନିକଙ୍କୁ ଧୈର୍ଯ୍ୟ ରଖିବାକୁ ଆହ୍ବାନ ଦେଇଛନ୍ତି । ସେ ଓ ଦେଶବାସୀ ବୈଜ୍ଞାନିକମାନଙ୍କ ସହ ରହିଛନ୍ତି ବୋଲି ଏହି ଅବସରରେ ଉଲ୍ଲେଖ କରିଛନ୍ତି ।

ମୋଦି ଇସ୍ରୋ ବୈଜ୍ଞାନିକଙ୍କୁ ଉଦବୋଧନ ଦେଇ କହିଛନ୍ତି, ଚନ୍ଦ୍ରଯାନ-2ର ଅବସ୍ଥାପିତ ହେବାର କିଛି ଘଣ୍ଟା ପୂର୍ବରୁ ଦେଶବାସୀ ବିବ୍ରତ ହୋଇପଡିଥିଲେ । ବୈଜ୍ଞାନିକମାନଙ୍କ ସହ ଦେଶବାସୀ ସ୍ଥିର ଭାବରେ ପ୍ରତୀକ୍ଷା କରିଥିଲେ । ଆମେ ଆମର ମହାକାଶ କାର୍ଯ୍ୟକ୍ରମ ପାଇଁ ଗର୍ବିତ । ଆଜି ଚନ୍ଦ୍ରକୁ ଛୁଇଁବାର ସଂକଳ୍ପ ଆହୁରି ଅଧିକ ମଜଭୁତ ହୋଇଗଲା । ଆମେ ଏହାଠାରୁ ଅଧିକ ସଫଳତା ବିଶିଷ୍ଟ କାର୍ଯ୍ୟକ୍ରମ କରିବୁ । ବୈଜ୍ଞାନିକମାନଙ୍କ ସହ ସାରା ଦେଶ ରହିଛି । ଆପଣମାନେ ବ୍ୟତିକ୍ରମ ଯେଉଁମାନଙ୍କର ଦେଶ ଗଠନରେ ଅତୁଲ୍ୟ ଅବଦାନ ରହିଛି ।

ଭିଡିଓ ସୌଜନ୍ୟ: ଏଏନଆଇ

ଇତିହାସରେ ଏପରି ପରିସ୍ଥିତିର ସାମ୍ନା କରିଛେ, ଯାହା ଆମକୁ ଧୀମା କରିପାରେ କିନ୍ତୁ ଏହା କେବେ ବି ଆମର ଆତ୍ମାକୁ ନଷ୍ଟ କରିପାରିନାହିଁ । ଆମେ ପୁଣିଥରେ ପଛକୁ ଫେରିଛେ ଓ ଭଲ କାମ ଆରମ୍ଭ କରିବାକୁ ଯାଉଛେ । ଏହା ହିଁ ଆମ ସଭ୍ୟତା ଅଧିକ ଦିନ ତିଷ୍ଠିବାର କାରଣ ।

ଆଜି ମୁଁ ଗର୍ବର ସହ କହିପାରେ ଆମର ପ୍ରୟାସ ଏହା ଉପଯାେଗୀ ଥିଲା ଓ ଯାତ୍ରା ମଧ୍ୟ ଠିକ ଥିଲା । ଆମ ଟିମ ଅଧିକ ପରିଶ୍ରମ କରିଛନ୍ତି, ଏହି ଯାତ୍ରା ଅଧିକ ଦୂର ପର୍ଯ୍ୟନ୍ତ ଜାରି ରହିବ । ଆଜି ମିଳିଥିବା ଶିକ୍ଷା ଆମକୁ ବେଶୀ ଦୃଢ ଓ ଶୁଭ ଫଳ ପ୍ରଦାନ କରିବ । ଖୁବ ଶୀଘ୍ର ଏକ ନୂତନ ଗଭୀର ଓ ଉଜ୍ଜଳ ଭବିଷ୍ୟତ ଆସୁଛି । ବିଜ୍ଞାନରେ କୌଣସି ବିଫଳତା ନାହିଁ, କେବଳ ଏହା ପ୍ରୟୋଗ ଓ ପ୍ରୟାସ ରହିଛି ବୋଲି ମୋଦି କହିଛନ୍ତି ।

ABOUT THE AUTHOR

...view details