ନୂଆଦିଲ୍ଲୀ: ଭଗବାନ ବୁଦ୍ଧଙ୍କ ସହ ଜଡିତ ବୟାନକୁ ନେଇ ରବିବାର ସ୍ପଷ୍ଟୀକରଣ ଦେଇଛି ଭାରର ବୈଦେଶିକ ମନ୍ତ୍ରଣାଳୟ । ଭଗବାନ ବୁଦ୍ଧଙ୍କ ଜନ୍ମ ଲୁମ୍ବିନିରେ ହୋଇଥିବା ବେଳେ ଏହି ସ୍ଥାନ ନେପାଳରେ ବୋଲି କୌଣସି ସନ୍ଦେହ ନଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପୂର୍ବରୁ ଅଗଷ୍ଟ 8ରେ ହୋଇଥିବା ସିଆଇଆଇ ଶିଖର ସମ୍ମିଳନୀରେ ବୁଦ୍ଧଙ୍କୁ ଭାରତୀୟ ବୋଲି କହିଥିଲେ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଏହା ଉପରେ ଆପତ୍ତି ଜାହିର କରିଥିଲା ନେପାାଳ ।
ରାମଙ୍କୁ ନେପାଳୀ କହୁଥିବା ପଡୋଶୀର ବୁଦ୍ଧଙ୍କ ଭାରତୀୟକୁ ନେଇ ଆପତ୍ତି, ବୁଝାଇଲା ବୈଦେଶିକ ମନ୍ତ୍ରଣାଳୟ - Nepal Objects to Jaishankars Remarks
ଭଗବାନ ବୁଦ୍ଧଙ୍କ ଜନ୍ମ ଲୁମ୍ବିନିରେ ହୋଇଥିବା ବେଳେ ଏହି ସ୍ଥାନ ନେପାଳରେ ବୋଲି କୌଣସି ସନ୍ଦେହ ନଥିବା ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭଗବାନ ରାମଙ୍କୁ ନେପାଳୀ କହି ବିବାଦ ସୃଷ୍ଟି କରିଥିଲେ । ଅଧିକ ପଢନ୍ତୁ...
ରାମଙ୍କୁ ନେପାଳୀ କହୁଥିବା ପଡୋଶୀର ବୁଦ୍ଧଙ୍କ ଭାରତୀୟତା ଉପରେ ଆପତ୍ତି, ବୁଝାଇଲା ବୈଦେଶିକ ମନ୍ତ୍ରଣାଳୟ
ଜୟଶଙ୍କରଙ୍କ ବୟାନ ଉପରେ ନେପାଳ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଥିଲା ଯେ ଏହା ଐତିହାସିକ ଓ ପ୍ରତ୍ନତତ୍ତ୍ବ ପ୍ରମାଣରୁ ସ୍ପଷ୍ଟ ଯେ ଭଗବାନ ଗୌତମ ବୁଦ୍ଧଙ୍କ ଜନ୍ମ ଲୁମ୍ବିନିରେ ହୋଇଥିଲା, ଯାହାକି ନେପାଳର ଅଟେ ।
ଏହା ପୂର୍ବରୁ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭଗବାନ ରାମଙ୍କୁ ନେପାଳୀ କହି ବିବାଦ ସୃଷ୍ଟି କରିଥିଲେ । ସେ କହିଥିଲେ, ଅସଲି ଅଯୋଧ୍ୟା ନେପାଳରେ ରହିଛି । ଭଗବାନ ରାମ ଭାରତୀୟ ନୁହେଁ ବରଂ ନେପାଳୀ ବୋଲି ଓଲି ନିଜ ବୟାନରେ କହିଥିଲେ ।