ହାଇଦ୍ରାବାଦ: ଉତ୍ତର ପ୍ରଦେଶର ସୋନଭଦ୍ରା ଜିଲ୍ଲାରେ 3 ହଜାର ଟନର ସୁନା ଖଣି ଥିବା ନେଇ କୌଣସି ଅନୁସନ୍ଧାନ ହୋଇ ନଥିବା ସ୍ପଷ୍ଟୀକରଣ ଦେଇଛି ଭାରତୀୟ ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଜିଏସଆଇ) । ସୋନଭଦ୍ରାରେ ସୁନା ଖଣି ମିଳିଥିବା ନେଇ ସୂଚନା ଦେଇଥିଲେ ଜିଲ୍ଲା ଖଣି ଅଧିକାରୀ ।
ଜିଏସଆଇର ମହାନିର୍ଦ୍ଦେଶକ ଏମ ଶ୍ରୀଧର କହିଛନ୍ତି ଯେ ସୋନଭଦ୍ରାରେ ସୁନା ଖଣି ମିଳିବା ନେଇ ଜିଏସଆଇର କୌଣସି ଅଧିକାରୀ ତଥ୍ଯ ଦେଇନାହାଁନ୍ତି । ଏପରି ଖଣିର ଅନୁମାନ ଲଗାଇନାହିଁ ଜିଏସଆଇ । କୌଣସି ବି ପ୍ରକୃତିକ ସମ୍ବଳ ଉପରେ ସର୍ବେକ୍ଷଣ ପରେ ହିଁ ଆମେ ରାଜ୍ୟ ଅଧିକାରୀଙ୍କ ସହ ଏ ବିଷୟରେ ଅବଗତ କରାଇଥାଉ ।