ଥିରୁଅନନ୍ତପୁରମ: କେରଳରେ ପ୍ରାୟ 13 ଲକ୍ଷ ପିଲା ଦେଇଛନ୍ତି ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଭିତରୁ କେହି କୋରୋନାରେ ଆକ୍ରାନ୍ତ ନଥିବା କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ କହିଛନ୍ତି । ସେ ଟ୍ବିଟ କରି ଏନେଇ ସୂଚନା ଦେଇଛନ୍ତି ।
ସୁରକ୍ଷିତ ଭାବେ ଶେଷ ଦଶମ-ଦ୍ବାଦଶ ପରୀକ୍ଷା, ଛାତ୍ରଛାତ୍ରୀଙ୍କ ଭିତରୁ ନାହାଁନ୍ତି କୋରୋନା ଆକ୍ରାନ୍ତ - କୋରୋନା କେରଳ
ଛାତ୍ରଛାତ୍ରୀଙ୍କ ଭିତରୁ ନାହାଁନ୍ତି କୋରୋନା ଆକ୍ରାନ୍ତ । କେରଳ ଦ୍ବାଦଶ ଏବଂ ଦଶମ ଶ୍ରେଣୀ ପରୀକ୍ଷା ସରିବା ପରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଅଧିକ ପଢନ୍ତୁ...
![ସୁରକ୍ଷିତ ଭାବେ ଶେଷ ଦଶମ-ଦ୍ବାଦଶ ପରୀକ୍ଷା, ଛାତ୍ରଛାତ୍ରୀଙ୍କ ଭିତରୁ ନାହାଁନ୍ତି କୋରୋନା ଆକ୍ରାନ୍ତ No COVID Cases Among Class 10-12 Students Who Gave Exams: Kerala Minister](https://etvbharatimages.akamaized.net/etvbharat/prod-images/768-512-7639747-704-7639747-1592312098900.jpg)
ସୁରକ୍ଷିତ ଭାବେ ଶେଷ ଦଶମ -ଦ୍ବାଦଶ ପରୀକ୍ଷା,
ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ସହ ମାସ୍କ ଏବଂ ସାନିଟାଇଜର ପ୍ରଦାନ କରାଯାଇଥିଲା । ପ୍ରାୟ 5 ହଜାର ଥର୍ମୋମିଟର ଏବଂ 25 ଲକ୍ଷ ମାସ୍କ ଯୋଗାଇ ଦିଆଯାଇଥିଲା । ତିନି ହଜାର ପରୀକ୍ଷା କେନ୍ଦ୍ରରେ ପିଲା ଦେଇଥିଲେ ପରୀକ୍ଷା । ସମସ୍ତ ପରୀକ୍ଷା କେନ୍ଦ୍ରକୁ ମଧ୍ୟ ସାନିଟାଇଦଜ କରାଯିବା ସହ ସାମାଜିକ ଦୂରତା ଉପରେ ମଧ୍ୟ ଧ୍ୟାନ ଦିଆଯାଇଥିଲା । କେରଳ ହେଉଛି ପ୍ରଥମ କୋରୋନା ଚିହ୍ନଟ ହୋଇଥିବା ରାଜ୍ୟ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 2543 ଆକ୍ରାନ୍ତ ହୋଇଥିବା ବେଳେ 20 ଜଣଙ୍କର ମୃତ୍ୟୁ ଘଟିଲାଣି ।