ଓଡିଶା

odisha

ETV Bharat / bharat

ଜିଲ୍ଲା ଭିତରେ ପରୀକ୍ଷା କେନ୍ଦ୍ରର ପରିବର୍ତ୍ତନ ହେବ ନାହିଁ: ସିବିଏସଇ - ଜିଲ୍ଲା ମଧ୍ୟରେ ପରୀକ୍ଷା କେନ୍ଦ୍ରର କୌଣସି ପରିବର୍ତ୍ତନ ନାହିଁ

ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପାଇଁ ସ୍ଥିର କରାଯାଇଥିବା ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ନେଇ ସିବିଏସ୍ଇ ର ବଡ଼ ଘୋଷଣା । ଗୋଟିଏ ଜିଲ୍ଲା ମଧ୍ୟରେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବା ପାଇଁ ଅନୁମତି ଦିଆଯିବ ନାହିଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜିଲ୍ଲା ମଧ୍ୟରେ ପରୀକ୍ଷା କେନ୍ଦ୍ରର କୌଣସି ପରିବର୍ତ୍ତନ ନାହିଁ
ଜିଲ୍ଲା ମଧ୍ୟରେ ପରୀକ୍ଷା କେନ୍ଦ୍ରର କୌଣସି ପରିବର୍ତ୍ତନ ନାହିଁ

By

Published : Jun 4, 2020, 12:01 AM IST

ନୂଆଦିଲ୍ଲୀ: ବିଚାରାଧିନ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପାଇଁ ସ୍ଥିର କରାଯାଇଥିବା ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ର ବଡ଼ ଘୋଷଣା । ମଙ୍ଗଳବାର ସିବିଏସଇ କହିଛି ଯେ ଗୋଟିଏ ଜିଲ୍ଲା ମଧ୍ୟରେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବା ପାଇଁ ଅନୁମତି ଦିଆଯିବ ନାହିଁ । କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ବୋର୍ଡ ପରୀକ୍ଷା ଜୁଲାଇ 1 ରୁ 15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଯଦି ଜଣେ ଆବେଦନକାରୀ ଯେଉଁ ଜିଲ୍ଲାରେ ଅଛନ୍ତି ଏବଂ ସେଠାରେ ସିବିଏସଇ ବୋର୍ଡ ସେଣ୍ଟର ନାହିଁ, ତେବେ ସେମାନଙ୍କୁ ପରୀକ୍ଷା କେନ୍ଦ୍ରର ପରିବର୍ତ୍ତନକୁ ଅନୁମତି ଦିଆଯିବ । ଏପରିସ୍ଥଳେ ପଡୋଶୀ ଜିଲ୍ଲାରେ ଥିବା ସିବିଏସଇ ପରୀକ୍ଷା କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ । ତାଛଡା କୌଣସି କଣ୍ଟେନମେଣ୍ଟ ଜୋନରେ ପରୀକ୍ଷା କେନ୍ଦ୍ର ଅନୁମତି ଦିଆଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି ।

ଯଦି ବିଦ୍ୟାଳୟଗୁଡ଼ିକ କଣ୍ଟେନମେଣ୍ଟ ଜୋନରେ ପଡ଼େ, ତେବେ ଏହି ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା କେନ୍ଦ୍ର କଣ୍ଟେନମେଣ୍ଟ ଜୋନ୍ ବାହାରେ ବଣ୍ଟନ କରାଯିବ । ସେହିପରି ସମାନ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନକୁ ଅନୁମତି ଦିଆଯିବ ନାହିଁ । ଯଦି ଦିଲ୍ଲୀକୁ ଗୋଟିଏ ଜିଲ୍ଲା ଭାବରେ ବିବେଚନା କରାଯାଏ ତେବେ ଦିଲ୍ଲୀର ଗୋଟିଏ ଜିଲ୍ଲାରୁ ଦିଲ୍ଲୀର ଅନ୍ୟ ଜିଲ୍ଲାକୁ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାକୁ ଅନୁମତି ଦିଆଯିବ ନାହିଁ । କେବଳ ସେମାନଙ୍କ ବିଦ୍ୟାଳୟ ମାଧ୍ୟମରେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ପାଇଁ ପ୍ରାର୍ଥୀଙ୍କ ଅନୁରୋଧ ଗ୍ରହଣ କରିବ ବୋଲି ବୋର୍ଡ କହିଛି ।

ଏହି ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ସମ୍ପର୍କରେ ସମସ୍ତ ବିଦ୍ୟାଳୟର ନିଜ ନିଜ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା । ବିଦ୍ୟାଳୟର ଦାୟିତ୍ବ ଏହା ରହିବ ୟେ ସେମାନଙ୍କ ଛାତ୍ରମାନଙ୍କ ସହିତ ଯୋଗାଯୋଗ କରିବେ, ସେମାନେ ଅନ୍ୟ କିଛି ଜିଲ୍ଲାକୁ ସ୍ଥାନାନ୍ତର କରିଛନ୍ତି କି ନାହିଁ ଜାଣିବେ, ପରୀକ୍ଷା କେନ୍ଦ୍ରକୁ ବଦଳାଇବାର ସୁବିଧା ପାଇବାକୁ ଚାହୁଁଛନ୍ତି କି ଏବଂ ସିବିଏସଇ ପକ୍ଷରୁ ଜାରି ସୂଚନାକୁ ମଧ୍ୟ ପିଲାଙ୍କ ମଧ୍ୟରେ ବାଣ୍ଟିବେ ।

ସାରା ଦେଶରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସରିଥିବାବେଳେ କେବଳ ଉତ୍ତର ପୂର୍ବ ଦିଲ୍ଲୀରେ ଦଶମ ଶ୍ରେଣୀ ପରୀକ୍ଷା ବିଚାରାଧୀନ ରହିଛି । ସିବିଏସଇ କହିଛି ଯେ ଭାରତରେ ପଢୁଥିବା ଏବଂ ଅନ୍ୟ ଦେଶକୁ ଯାଇଥିବା ପ୍ରାର୍ଥୀମାନେ ଭାରତର ଯେକୌଣସି ଜିଲ୍ଲାରୁ ପରୀକ୍ଷା ପାଇଁ ଆସିପାରିବେ । ସେପଟେ କମ୍ପିଟେଟିଭ୍ ପରୀକ୍ଷା ହେବା ପୂର୍ବରୁ ବୋର୍ଡ ପରୀକ୍ଷା ହେବାର ସୁନିଶ୍ଚିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE-Mains ଜୁଲାଇ 18 ରୁ 23 ପର୍ଯ୍ୟନ୍ତ ହେବାକୁ ଥିବାବେଳେ ମେଡିକାଲ ପ୍ରବେଶିକା ପରୀକ୍ଷା NEET ଜୁଲାଇ 26 ପାଇଁ ଧାର୍ଯ୍ୟ କରାଯାଇଛି ।

@PTI

ABOUT THE AUTHOR

...view details