ଓଡିଶା

odisha

ETV Bharat / bharat

‘10 ରାଜ୍ୟ -କେନ୍ଦ୍ରଶାସିତ ଅଞ୍ଚଳରେ 24 ଘଣ୍ଟା ମଧ୍ୟରେ ଆସିନି କୋରୋନା ରିପୋର୍ଟ ’ - ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ

ଦେଶର ରାଜଧାନୀ ଦିଲ୍ଲୀର ମାଣ୍ଡାୱଲି ଅଞ୍ଚଳର କୋଭିଡ କେୟାର ସେଣ୍ଟରରେ ବ୍ୟବସ୍ଥା ଯାଞ୍ଚ କରିବା ପରେ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶର 10 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ବି କୋରୋନା ମାମଲା ମିଳିନାହିଁ । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ 72 ଲକ୍ଷ N95 ମାସ୍କ ଏବଂ 36 ଲକ୍ଷ PPE କିଟ୍ ବିଭିନ୍ନ ରାଜ୍ୟକୁ ପଠାଇଛନ୍ତି । ଅଧିକ ପଢନ୍ତୁ...

COVID-19
COVID-19

By

Published : May 10, 2020, 11:41 PM IST

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ଘଟୁଛି । ଏପରିସ୍ଥଳେ ଖୁସି ଖବର ଯେ ଗତ 24 ଘଣ୍ଟା ଭିତରେ 10 ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ କୌଣସି କୋରୋନା ମାମଲା ରିପୋର୍ଟ ହୋଇନାହିଁ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି ।

ଦେଶର ରାଜଧାନୀ ଦିଲ୍ଲୀର ମାଣ୍ଡାୱଲି ଅଞ୍ଚଳର କୋଭିଡ କେୟାର ସେଣ୍ଟରରେ ବ୍ୟବସ୍ଥା ଯାଞ୍ଚ କରିବା ପରେ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶର 10 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ବି କୋରୋନା ମାମଲା ମିଳିନାହିଁ । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ 72 ଲକ୍ଷ N95 ମାସ୍କ ଏବଂ 36 ଲକ୍ଷ PPE କିଟ୍ ବିଭିନ୍ନ ରାଜ୍ୟକୁ ପଠାଇଛନ୍ତି ।

ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ଚାରିଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କୋରୋନା ଭାଇରସ ରିପୋର୍ଟ ହୋଇନାହିଁ । ଦେଶରେ କୋରୋନା ଭାଇରସ ମୁକାବିଲା ପାଇଁ ପ୍ରସ୍ତୁତତା ବିଷୟରେ ସେ କହିଛନ୍ତି ଯେ ଦେଶରେ 4362 ଟି କରୋନା କେୟାର ସେଣ୍ଟର ଅଛି ଯେଉଁଥିରେ ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା 3 ଲକ୍ଷ 46 ହଜାର 856 ରୋଗୀଙ୍କର ରହିବା କ୍ଷମତା ରହିଛି ।

ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା 62 ହଜାରରୁ ଅଧିକ ହୋଇଛି । ସେଥିମଧ୍ୟରୁ 2109 ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଅଧିକାଂଶ ମାମଲା ମହାରାଷ୍ଟ୍ର (20228), ଗୁଜୁରାଟ (7786), ଦିଲ୍ଲୀ (6542), ତାମିଲନାଡୁ (6535) ଭଳି ରାଜ୍ୟରେ ରହିଛି।

ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଗୋଆ, ମଣିପୁର, ମିଜୋରାମ ପରି ଅନେକ ରାଜ୍ୟରେ ଆଉ ଗୋଟିଏ ସକ୍ରିୟ ମାମଲା ନାହିଁ । ଏଥିସହ କୋରୋନା ଭାଇରସ ସଂକ୍ରମଣକୁ ରୋକିବାରେ ଆହୁରି ଅନେକ ରାଜ୍ୟ ମଧ୍ୟ ସଫଳ ହୋଇଛନ୍ତି ।

ABOUT THE AUTHOR

...view details