ଓଡିଶା

odisha

ETV Bharat / bharat

ବିପଦରେ ମାତୃତ୍ବ, ଟୋକେଇରେ ପଶି ନଦୀ ପାର ହେଲେ ଗର୍ଭବତୀ - Chhattisgarh

ଉପଯୁକ୍ତ ସଡ଼କ ସଂଯୋଗ ଅଭାବରୁ ଆମ୍ବୁଲାନ୍ସ ଗାଁକୁ ଯାଇପାରି ନ ଥିବାରୁ ସୁରଗୁଜାର କଡନାଇ ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ଏକ ନଦୀ ପାର ପାଇଁ ଟୋକେଇରେ ନିଆଯାଇଥିଲା। ପରେ ମହିଳାଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା।

ବିପଦରେ ମାତୃତ୍ବ, ଟୋକେଇରେ ପଶି ନଦୀ ପାର ହେଲେ ଗର୍ଭବତୀ
ବିପଦରେ ମାତୃତ୍ବ, ଟୋକେଇରେ ପଶି ନଦୀ ପାର ହେଲେ ଗର୍ଭବତୀ

By

Published : Aug 2, 2020, 7:57 AM IST

ରାୟପୁର: ପୁଣି ଯନ୍ତ୍ରଣାରେ ଜନନୀ। ଏହି ଚିତ୍ର ଓ ଘଟଣା ଥରେ ନୁହେଁ ବିଭିନ୍ନ ସ୍ଥାନରୁ ବାରମ୍ବାର ଦେଖିବା ପରେ ବି ପ୍ରଶାସନ ଓ ସରକାର ଚୁପ୍ ବସିଛନ୍ତି। ତେବେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଏହି ବିକଳ ଚିତ୍ର ଜଣେ ଆସନ୍ନ ପ୍ରସବା ଗର୍ଭବତୀ ମହିଳାର ଭବିଷ୍ୟତ ତାର ମାତୃତ୍ବକୁ ପରିହାସ କରୁଛି। କାରଣ କେତେ ବେଳେ ସେ କାନ୍ଧରେ, ଖଟିଆରେ ତ ଆଉ କେତେ ବେଳେ ହଣ୍ଡାରେ ଓ ବାହୁଙ୍ଗିରେ ବୁହା ହେଉଛି।

ତେବେ ବର୍ତ୍ତମାନ ଘଟିଥିବା ଏହି ଘଟଣା ହେଉଛି ଛତିଶଗଡ ସୁରଗୁଜାର ଅଞ୍ଚଳର। ଉପଯୁକ୍ତ ସଡ଼କ ସଂଯୋଗ ଅଭାବରୁ ଆମ୍ବୁଲାନ୍ସ ଗାଁକୁ ଯାଇପାରି ନ ଥିବାରୁ ସୁରଗୁଜାର କଡନାଇ ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ଏକ ନଦୀ ପାର ପାଇଁ ଟୋକେଇରେ ନିଆଯାଇଥିଲା। ପରେ ମହିଳାଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା।

ତେବେ ଭାଇରାଲ ହେଉଥିବା ଏହି କଷ୍ଟଦାୟକ ଭିଡିଓରେ, 2 ଜଣ ପୁରୁଷ ଏକ ଟୋକେଇରେ ବସିଥିବା ମହିଳାଙ୍କୁ କାନ୍ଧେଇ ନେଉଥିବା ଦେଖାଯାଇଥିଲା। ତାହା ପୁଣି ବିପଦ ସଙ୍କୁଳ ଅବସ୍ଥାରେ, ପାଣିରେ ପ୍ରଖର ସ୍ରୋତରେ। ଅନିଶ୍ଚତତା ଓ ବିପଦକୁ ପାଖରେ ଦେଖି ଏମାନେ ମହିଳା ଜଣଙ୍କୁ କାନ୍ଧରେ ଉଠାନେଇଥିଲେ।

ଭଲ ସ୍ୱାସ୍ଥ୍ୟ ସୁବିଧା ନଥିବା ବିଷୟ ନୁହେଁ। କିଛି ସୁଦୂର ଗାଁ ଅଛି ଯେଉଁଠାରେ ବର୍ଷା ଦିନେ ଯାତାୟାତ କରିବା କଷ୍ଟକର ହୋଇପଡେ ବୋଲି ସୁରଗୁଜା କଲେକ୍ଟର ସଞ୍ଜୟ କୁମାର ସଫେଇ ଦେଇ କହିଛନ୍ତି। ସେ କହିଛନ୍ତି ଯେ ଏହି ପରି ସ୍ଥାନଗୁଡିକ ପାଇଁ ଲୋକଙ୍କ ଅସୁବିଧାକୁ କମ୍ କରିବାକୁ ପ୍ରଶାସନ ଛୋଟ କାର ବ୍ୟବହାର କରିବାକୁ ଯୋଜନା କରୁଛି।

ABOUT THE AUTHOR

...view details