ସ୍ବାଭିମାନ ସହ ବୁଝାମଣା କରି ଦଳ ନିର୍ବାଚନ ଲଢିବାକୁ ଚାହୁଁନଥିବା କହିଛନ୍ତି ସୌମେନ । କିନ୍ତୁ ଟିଏମସିକୁ ସମର୍ଥନ ଦେଇ ଆସୁଥିବା ରାହୁଲଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାହୁଲ କେନ୍ଦ୍ରରେ ରାଜନୀତି କରିବା ଉଚିତ ବୋଲି ଦଳର ବରିଷ୍ଠ ନେତା ଓ ସାଂସଦ ନିକଟରେ କହିଥିଲେ । କିନ୍ତୁ ଶାରଦା ଚିଚଫଣ୍ଡ ଦୁର୍ନୀତିରେ ସିବିଆଇ ଭୂମିକାକୁ ସମର୍ଥନ କରିଥିଲା ରାଜ୍ୟ କଂଗ୍ରେସ ।
ଏକାଠି ଲଢିବେନି କଂଗ୍ରେସ-ଟିଏମସି - WB election
କଲିକତା: ଦିଦିଙ୍କ ସହ ହେବନି ମେଣ୍ଟ । କଥାରେ କେବଳ ସମର୍ଥନ । ଆଉ ଏହା ପ୍ରମାଣ କଲା କଂଗ୍ରେସ । ଅଧ୍ଯକ୍ଷ ରାହୁଲ ଗାନ୍ଧୀ ଯଦିଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନୈତିକ ସମର୍ଥନ ଦେବା ପାଇଁ ଘୋଷଣା କରିଛନ୍ତି କିନ୍ତୁ ଏଥିରେ ଲଗାଇଲେ ବିରାମ । ଦିଦିଙ୍କ ଦଳ ଟିଏମସି ସହ ମେଣ୍ଟ କରି ନିର୍ବାଚନ ଲଢିବା ଇରାଦା ରଖି ନାହାନ୍ତି ରାହୁଲ । ଏନେଇ ରାଜ୍ୟ ଅଧ୍ୟକ୍ଷ ସୌମେନ ମିତ୍ର ଦେଲେ ସୂଚନା ।
ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
ସେପଟେ ଟିଏମସି ସାଂସଦ ଥିବା ସୌମେନ ଦଳରୁ ଇସ୍ତଫା ଦେଇ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳୁଛନ୍ତି । ଆଗାମୀ ଲୋକସଭା ନିର୍ବାଚନ କଂଗ୍ରେସ ଏକାକୀ ଲଢିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।