ଓଡିଶା

odisha

‘ପୋଲିସ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯାଉ’

By

Published : Dec 6, 2019, 11:56 AM IST

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ଘଟଣାରେ ନିର୍ଭୟାଙ୍କ ମାଆ ଆଶା ଦେବୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

newdelhi
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ମାତ୍ର 10 ଦିନ ମଧ୍ୟରେ ନିହତ ହୋଇଛନ୍ତି ସମସ୍ତ ଅଭିଯୁକ୍ତ। ଏହାକୁ ନେଇ ନିର୍ଭୟାଙ୍କ ମାଆ ଆଶା ଦେବୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଏନେଇ ସେ କହିଛନ୍ତି, ‘ମୁଁ ଏହି ଘଟଣାରେ ଖୁସିବ୍ୟକ୍ତ କରୁଛି। ପୋଲିସ ବେଶ ଭଲ କାମ କରିଛି। ପୋଲିସ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ମୁଁ ଦାବି କରୁଛି। ନିର୍ଭୟା ମାମଲାରେ ନ୍ୟାୟ ପାଇଁ 7 ବର୍ଷ ଏଣେତେଣେ ଧାଉଁଛି। ଏ ଘଟଣାରେ ଜଡିତ ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବାକୁ ଦେଶର ନ୍ୟାୟ ବ୍ୟବସ୍ଥା ଓ ସରକାରଙ୍କୁ ଅନୁରୋଧ କରୁଛି। ’

ଭିଡିଓ ସୌଜନ୍ୟ: ଏଏନଆଇ

2012 ମସିହାରେ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରି ନାହିଁ।

ABOUT THE AUTHOR

...view details