ଅମରାବତୀ: ଆଜିଠାରୁ ନବରାତ୍ରୀ ମହୋତ୍ସବ ଆରମ୍ଭ ହେଉଛି । ଏନେଇ ଶୁକ୍ରବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ଇନ୍ଦ୍ରକିଲାଦ୍ରି ପାହାଡ ଉପରେ ଥିବା ଶ୍ରୀ କନକ ଦୁର୍ଗା ମନ୍ଦିରକୁ ଆଲୋକମାଳାରେ ସାଜସଜା କରାଯାଇଥିଲା । ସାଧାରଣତଃ ନବରାତ୍ରୀ ସମୟରେ ପ୍ରତିଦିନ ପ୍ରାୟ ଏକ ଲକ୍ଷ ଭକ୍ତ କନକ ଦୁର୍ଗା ମନ୍ଦିର ଆସିଥାନ୍ତି । କିନ୍ତୁ ଚଳିତ ବର୍ଷ କୋରୋନା ମହାମାରୀ କାରଣରୁ ପ୍ରତିଦିନ ମନ୍ଦିର ଭିତରକୁ 10,000 ଭକ୍ତଙ୍କୁ ଅନୁମତି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।
କନକ ଦୁର୍ଗା ମନ୍ଦିରକୁ 10,000 ଭକ୍ତଙ୍କୁ ପ୍ରବେଶ ଅନୁମତି - କନକ ଦୁର୍ଗା ମନ୍ଦିର
ସାଧାରଣତଃ ନବରାତ୍ରୀ ସମୟରେ ପ୍ରତିଦିନ ପ୍ରାୟ ଏକ ଲକ୍ଷ ଭକ୍ତ କନକ ଦୁର୍ଗା ମନ୍ଦିର ଆସିଥାନ୍ତି । କିନ୍ତୁ ଚଳିତ ବର୍ଷ କୋରୋନା ମହାମାରୀ କାରଣରୁ ପ୍ରତିଦିନ ମନ୍ଦିର ଭିତରକୁ 10,000 ଭକ୍ତଙ୍କୁ ଅନୁମତି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।
![କନକ ଦୁର୍ଗା ମନ୍ଦିରକୁ 10,000 ଭକ୍ତଙ୍କୁ ପ୍ରବେଶ ଅନୁମତି କନକ ଦୁର୍ଗା ମନ୍ଦିରକୁ 10,000 ଭକ୍ତଙ୍କୁ ପ୍ରବେଶ ଅନୁମତି](https://etvbharatimages.akamaized.net/etvbharat/prod-images/768-512-9208421-thumbnail-3x2-kk.jpeg)
କନକ ଦୁର୍ଗା ମନ୍ଦିରକୁ 10,000 ଭକ୍ତଙ୍କୁ ପ୍ରବେଶ ଅନୁମତି
ଏପଟେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ପୋଲିସ ରୀତିନୀତି ଅନୁଯାୟୀ ଦେବୀ କନକ ଦୁର୍ଗାଙ୍କୁ ରେଶମ ବସ୍ତ୍ର ଦାନ କରିଛନ୍ତି। ପ୍ରତିବର୍ଷ ଅକ୍ଟୋବର ମାସରେ ପାଳନ କରାଯାଉଥିବା ନବରାତ୍ରୀ ସମୟରେ ଦେବୀ ଦୁର୍ଗାଙ୍କୁ ପୂଜା କରାଯାଇଥାଏ । ଏହି ସମୟରେ ଆଗାମୀ ନଅ ଦିନ ପର୍ଯ୍ୟନ୍ତ ଭକ୍ତମାନେ ଦେବୀ ଦୁର୍ଗାଙ୍କୁ ପ୍ରାର୍ଥନା କରିବା ସହ ଉପବାସ ପାଳନ କରିଥାନ୍ତି। ଦଶମ ଦିନ ମା ଦୁର୍ଗାଙ୍କ ବିଜୟା ଦଶମୀ ପାଳନ କରାଯାଏ । ଯାହା ହିନ୍ଦୁ ଧର୍ମ ଅନୁଯାୟୀ ଭଗବାନ ରାମଙ୍କ ବିଜୟର ଦିନ ଅଟେ।