ଚେନ୍ନାଇ: ମାଡି ଆସୁଛି ବାତ୍ୟା ‘ନିଭାର’ । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପ୍ରସ୍ତୁତ ରହିଛି । ବାତ୍ୟା ମୁକାବିଲା ପାଇଁ ସମୁଦାୟ 30ଟି ଏନଡିଆରଏଫ ଟିମ୍ ପ୍ରସ୍ତୁତ ରହିଛନ୍ତି । ସେପଟେ ବର୍ଷାକୁ ଦୃଷ୍ଟିରେ ରଖି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପାଲାନିସ୍ବାମୀ ଆସନ୍ତାକାଲି ରାଜ୍ୟସ୍ତରୀୟ ଛୁଟି ଘୋଷଣା କରିଛନ୍ତି ।
‘ନିଭାର’ ତାମିଲନାଡୁ ଓ ପଣ୍ଡିଚେରୀ ସମୁଦ୍ରକୂଳ କାରାଇକାଲ ଓ ମମଲାପୁରମ ଭିତରେ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଏହାକୁ ନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତ କରାଯାଇଛି । ତଳିଆ ଅଞ୍ଚଳବାସୀଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତରିତ କରାଯିବା ସହ ଏନଡିଆରଏଫ ଟିମ୍ ନିୟୋଜିତ କରାଯାଇଛି ।
ତାମିଲନାଡୁରେ 12ଟି, ପଣ୍ଡିଚେରୀରେ 2, କାରାଇକାଲରେ ଗୋଟିଏ, ନେଲୋରରେ 3 ଓ ଚିତୋରରେ ଗୋଟିଏ ଟିମ୍ ନିୟୋଜିତ ହୋଇଛନ୍ତି । ସେହିପରି ଭାଇଜାକରେ 3ଟି ଟିମ୍ ଥିବାବେଳେ 8ଟି ଟିମ୍କୁ ପ୍ରସ୍ତୁତ କରି ରଖାଯାଇଛି ।