ଓଡିଶା

odisha

‘ନିର୍ବାଚନ ପରେ ଆରଜେଡି ହାତ ଧରିବେ ନୀତିଶ’

By

Published : Oct 28, 2020, 11:31 AM IST

ନିର୍ବାଚନ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ତାଙ୍କ ଦଳ ଜେଡିୟୁ, ଆରଜେଡିର ହାତ ଧରିବ ବୋଲି କହିଛନ୍ତି ଏଲଜେପି ନେତା ଚିରାଗ ପାଶୱାନ । ଅଧିକ ପଢନ୍ତୁ...

‘ନିର୍ବାଚନ ପରେ ଆରଜେଡି ହାତ ଧରିବେ ନୀତିଶ’
‘ନିର୍ବାଚନ ପରେ ଆରଜେଡି ହାତ ଧରିବେ ନୀତିଶ’

ପାଟନା: ବିହାର ନିର୍ବାଚନ ଚାଲିଥିବାବେଳେ ଲୋକ ଜନଶକ୍ତି ପାର୍ଟି(ଏଲଜେପି) ନେତା ଚିରାଗ ପାଶୱାନଙ୍କ ବଡ ବୟାନ । ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ତାଙ୍କ ଦଳ ଜେଡିୟୁ, ବିଜେପି ଛାଡି ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ) ଯୋଗଦେବେ ବୋଲି କହିଲେ ଚିରାଗ ।

ଯଦି ଗୋଟିଏ ବି ଭୋଟ ନୀତିଶ କୁମାରଙ୍କୁ ଦିଆଯାଏ ତାହେଲେ ଏହା ଖାଲି ବିହାରକୁ ଦୁର୍ବଳ କରିବ ତାହା ନୁହେଁ ଏହା ଆରଜେଡି ଓ ମହାମେଣ୍ଟକୁ ସୁବିଧା ଯୋଗାଇବ ବୋଲି କହି ନୀତିଶଙ୍କୁ ଟାର୍ଗେଟ କରିଛନ୍ତି ଏହି ଯୁବନେତା । ଏହାସହ ନୀତିଶ କୁମାର ବିଜେପି ଛାଡି ଆରଜେଡିରେ ଯୋଗଦେବା ପାଇଁ ପୂରାପୂରି ପ୍ରସ୍ତୁତ ରହିଛନ୍ତି ଓ ନିର୍ବାଚନ ପରେ ସେ ଯୋଗଦେବେ ବୋଲି ଚିରାଗ ଅଭିଯୋଗ ଆଣିଛନ୍ତି ।

15 ବର୍ଷ ଧରି ବିହାର ବହୁତ ଖରାପ ପରିସ୍ଥିତିରେ ଗତି କରୁଛି । କିନ୍ତୁ ବର୍ତ୍ତମାନ ଆପଣଙ୍କ ଆଶୀର୍ବାଦ ଫଳରେ ଆମେ ବିହାରୀ ପ୍ରଥମ ଓ ନୀତିଶ ମୁକ୍ତ ସରକାର ଗଠନ କରିବୁ । ଏଲଜେପି ନୀତିଶ କୁମାରଙ୍କ ଠାରୁ ଅଧିକ ଆସନରେ ନିଜର ପ୍ରାର୍ଥୀ ଦେଇଛି । ନିର୍ବାଚନରେ ଅଧିକ ସିଟ୍‌ ପାଇଲା ପରେ ବିଜେପି-ଏଲଜେପି ମିଳିତ ଭାବେ ସରକାର ଗଠନ କରିବେ ବୋଲି ସେ ଟ୍ବିଟ କରି କହିଛନ୍ତି ।

ସୂଚନାଥାଉକି, ଆଜି 16ଟି ଜିଲ୍ଲାର 71ଟି ବିଧାନସଭା ଆସନ ପାଇଁ ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି । ଯେଉଁଥିରେ 1066ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ତେବେ 1066 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଆରଜେଡିର 42, ଜେଡିୟୁର 35, ବିଜେପିର 29 କଂଗ୍ରେସର 21, ବାମ ଦଳର 8 ଜଣ ଓ ଏଲଜେପିର 42 ଜଣ ପ୍ରାର୍ଥୀ ରହିଛନ୍ତି ।

ABOUT THE AUTHOR

...view details