ଓଡିଶା

odisha

By

Published : Apr 13, 2019, 10:47 PM IST

ETV Bharat / bharat

'ଜେଡିୟୁ ଓ ଆରଜେଡିର ମିଶ୍ରଣ ଚାହୁଁଥିଲେ ପ୍ରଶାନ୍ତ କିଶୋର'

ନୀତିଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଇଚ୍ଛା ରଖିଥିଲେ ବୋଲି କହିଛନ୍ତି ରାବଡି ଦେବୀ । ଏହାସହ ନୀତିଶ କୁମାର ଚାହୁଁଥିଲେ କି ତେଜସ୍ବୀ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି।

ଫାଇଲ ଫଟୋ

ପାଟନା: ସାଧାରଣ ନିର୍ବାଚନକୁ ନେଇ ବିହାର ରାଜନୀତି ହୋଇଉଠିଛି ବେଶ ସରଗରମ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତ୍ରୀ ରାବଡି ଦେବୀଙ୍କ ମନ୍ତବ୍ୟକୁ ନେଇ ବିହାର ରାଜନୀତିରେ ଚହଳ ସୃଷ୍ଟି କରିଛି । ନୀତିଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଇଚ୍ଛା ରଖିଥିଲେ । ଏହାସହ ନୀତିଶ କୁମାର ଚାହୁଁଥିଲେ ତେଜସ୍ବୀ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି।


ଏହି ଖୁଲାସା ପରେ ବିହାର ରାଜନୀତିରେ ଆରୋପ ପ୍ରତ୍ୟାରୋପ ଦ୍ରୁତ ହୋଇଯାଇଛି । ଜନତା ଦଳ ୟୁନାଇଟେଡ(ଜେଡିୟୁ) ନେତା ପ୍ରଶାନ୍ତ କିଶୋର ରାବଡି ଦେବୀଙ୍କ କଥାକୁ ସଂପୂର୍ଣ୍ଣ ଭାବେ ଅସ୍ବୀକାର କରିଛନ୍ତି । ରାବଡି ଦେବୀ କହିଛନ୍ତି ଯେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ତାଙ୍କ ସ୍ବାମୀ ଲାଲୁ ଯାଦବଙ୍କ ସହ ସାକ୍ଷାତ କରି ଆରଜେଡି ଓ ଜେଡିୟୁର ମିଶ୍ରଣ କରିବା କଥା କହିଥିଲେ । ଏହାସହ ଏଥିରୁ ଯେଉଁ ନୂଆ ଦଳ ସୃଷ୍ଟି ହେବ, ନିର୍ବାଚନ ପୂର୍ବରୁ ନିଜ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ଘୋଷଣା କରିବା ଆବଶ୍ୟକ ବୋଲି ରାବଡି ଦେବୀ କହିଛନ୍ତି ।

ଏହାସହ ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ବିହାରର ୪ଟି ଲୋକସଭା ଆସନରେ ଯେଉଁ ମତଦାନ ହୋଇଛି । ସେହି ଆସନରେ ମହାମେଣ୍ଟ ଜିତିବ । ନିର୍ବାଚନବେଳେ ଲାଲୁଙ୍କ ଅନୁପସ୍ଥିତି ଦଳ ଅନୁଭବ କରୁଛି ।

ବିଗତ ଦିନରେ ଲାଲୁ ପ୍ରସାଦ ଯାଦବ ମଧ୍ୟ ଦାବି କରିଥିଲେ ଯେ ନୀତିଶ କୁମାର ପୁଣି ଥରେ ମହାମେଣ୍ଟରେ ମିଶିବାକୁ ଚାହୁଁଥିଲେ । କିନ୍ତୁ ନୀତିଶଙ୍କ ଉପରେ ଲାଲୁ ଭରସା କରି ପାରି ନଥିଲେ । ତେଣୁ ଏହି ପ୍ରସ୍ତାବକୁ ସେ ଖାରଜ କରିଦେଇଥିଲେ ।

ABOUT THE AUTHOR

...view details