ଓଡିଶା

odisha

ETV Bharat / bharat

ଆଜି ତ୍ରିପୁରାର 9ଟି ରାଜପଥ ପ୍ରକଳ୍ପର ମୂଳଦୁଆ ପକାଇବେ ଗଡକରୀ - projects worth Rs 2,752 crore in Tripura

କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଆଜି ତ୍ରିପୁରାରେ 2,752 କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ନଅଟି ରାଜପଥ ପ୍ରକଳ୍ପର ମୂଳଦୁଆ ପକାଇବେ । ଏହି ପ୍ରକଳ୍ପଗୁଡିକ ସ୍ଥାନୀୟ ଅଞ୍ଚଳର ସାମାଜିକ-ଅର୍ଥନୈତିକ ସମୃଦ୍ଧିକୁ ବୃଦ୍ଧି କରିବ ବୋଲି କୁହାଯାଇଛି। ଅଧିକ ପଢନ୍ତୁ...

ନିତିନ ଗଡକରୀ
ନିତିନ ଗଡକରୀ

By

Published : Oct 27, 2020, 2:16 PM IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଆଜି ତ୍ରିପୁରାରେ 2,752 କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ନଅଟି ରାଜପଥ ପ୍ରକଳ୍ପର ମୂଳଦୁଆ ପକାଇବେ । ଏହି ପ୍ରକଳ୍ପଗୁଡିକ ସ୍ଥାନୀୟ ଅଞ୍ଚଳର ସାମାଜିକ-ଅର୍ଥନୈତିକ ସମୃଦ୍ଧିକୁ ବୃଦ୍ଧି କରିବ ବୋଲି କୁହାଯାଇଛି।

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି । ତ୍ରିପୁରାରେ ପ୍ରାୟ 262 କିଲୋମିଟରର ନଅଟି ଜାତୀୟ ରାଜପଥ ପ୍ରକଳ୍ପର ମୂଳଦୁଆ ପଡିବ । ଏହି ପ୍ରକଳ୍ପ ସମାପ୍ତ ହେବା ପରେ ବାଂଲାଦେଶକୁ ଶୀଘ୍ର ଏବଂ ଅସୁବିଧାମୁକ୍ତ ଆନ୍ତଃରାଜ୍ୟ ତଥା ଅନ୍ତର୍ଜାତୀୟ ସଂଯୋଗ କରାଯାଇପାରିବ । ଏହା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ମଜବୁତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ ବୋଲି ବିବୃତ୍ତିରେ କୁହାଯାଇଛି।

ଏହି ନୂତନ ପ୍ରକଳ୍ପ ସମଗ୍ର ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥାନ, ଐତିହାସିକ ସ୍ଥାନ ଏବଂ ଧାର୍ମିକ ସ୍ଥାନକୁ ଯାତାୟାତର ଉନ୍ନତ ସଂଯୋଗ, ଦ୍ରୁତ ଏବଂ ନିରାପଦ ଗତି ଯୋଗାଇବ ବୋଲି ଏଥିରେ କୁହାଯାଇଛି। ଏହି ଅଞ୍ଚଳର ଅଣକୁଶଳୀ, ଅର୍ଦ୍ଧ କୁଶଳୀ ଏବଂ କୁଶଳୀ ମାନବ ଶକ୍ତି ପାଇଁ ବହୁ ସଂଖ୍ୟକ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହି ପ୍ରକଳ୍ପଗୁଡିକ ଯାନବାହାନର ଯାତ୍ରା ସମୟ ଏବଂ ରକ୍ଷଣାବେକ୍ଷଣ ମୂଲ୍ୟ ହ୍ରାସ କରିବ ଏବଂ ଇନ୍ଧନ ସଞ୍ଚୟ କରିବ ବୋଲି ବିବୃତ୍ତିରେ କୁହାଯାଇଛି।

ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ । ଏଥିରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏବଂ ଭି କେ ସିଂ, ରାଜ୍ୟ ମନ୍ତ୍ରୀ, ସଂସଦ ସଦସ୍ୟ, ବିଧାୟକ ଆଦି ଯୋଗ ଦେବେ ।

For All Latest Updates

ABOUT THE AUTHOR

...view details