ଓଡିଶା

odisha

ETV Bharat / bharat

ମୋଦି 2.0ରେ ଗଡକରୀଙ୍କ ନୂଆ ଟାର୍ଗେଟ, ଏବର୍ଷ ହେବ 12 ହଜାର କିମି ହାଇୱେ

ପ୍ରତିଥର ବଡ ଟାର୍ଗେଟ ସେଟ୍ କରୁଥିବା କେନ୍ଦ୍ରମନ୍ତ୍ରୀ ଏଥର ପୁଣି ଏକ ନୂଆ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ମନ୍ତ୍ରାଳୟ ସମ୍ଭାଳିବା କ୍ଷଣି ସେ କହିଥିଲେ ଚଳିତ ବର୍ଷ ସେ ପ୍ରାୟ 12,000 କିମି ରାଷ୍ଟ୍ରୀୟ ମାର୍ଗ ନିର୍ମାଣ କରିବେ ।

By

Published : Jun 5, 2019, 2:39 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଦିଗ୍ଗଜ ନେତା ନୀତିନ ଗଡକରୀ ମଙ୍ଗଳବାର ପୁଣି ଥରେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟର କାର୍ଯ୍ୟଭାର ସମ୍ଭାଳିଛନ୍ତି । ପ୍ରତିଥର ବଡ ଟାର୍ଗେଟ ସେଟ୍ କରୁଥିବା କେନ୍ଦ୍ରମନ୍ତ୍ରୀ ଏଥର ପୁଣି ଏକ ନୂଆ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ମନ୍ତ୍ରାଳୟ ସମ୍ଭାଳିବା କ୍ଷଣି ସେ କହିଥିଲେ ଚଳିତ ବର୍ଷ ସେ ପ୍ରାୟ 12,000 କିମି ରାଷ୍ଟ୍ରୀୟ ମାର୍ଗ ନିର୍ମାଣ କରିବେ ।

ଗଡକରୀଙ୍କ ଲକ୍ଷ୍ୟ ରହିଛି, ତାଙ୍କ ମନ୍ତ୍ରାଳୟ ଗୋଟିଏ ଦିନରେ 40 କିଲୋମିଟର ସଡକ ନିର୍ମାଣ କରିବେ । ତାଙ୍କ ଅନୁସାରେ, ଏପର୍ଯ୍ୟନ୍ତ ସେ 30 କିମିରୁ ଅଧିକ ସଡକ ନିର୍ମାଣ କିରସାରିଛନ୍ତି । କିନ୍ତୁ ଆଗକୁ ସେ 40 କିମି ପ୍ରତିଦିନର ଟାର୍ଗେଟ ରଖିଛନ୍ତି ।

ସୂଚନାଯୋଗ୍ୟ, ନୀତିନ ଗଡକରୀ ମୋଦି ସରକାରର ପ୍ରଥମ କାର୍ଯ୍ୟକାଳରେ ମଧ୍ୟ ଏହି ମନ୍ତ୍ରାଳୟର ଇନାଚାର୍ଜ ଥିଲେ । ଏତତ୍ ବ୍ୟତୀତ ଏଥର ତାଙ୍କୁ ସୁକ୍ଷ୍ମ, ଲଘୁ ଏବଂ ମଧ୍ୟମ ମନ୍ତ୍ରାଳୟର ଦାୟିତ୍ବ ମଧ୍ୟ ମିଳିଛି । ଏହାସହ ସେ କହିଛନ୍ତି ଏଥର ତାଙ୍କ ଲକ୍ଷ୍ୟ ଦେଶରେ ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରିବା ରହିଛି ।

ABOUT THE AUTHOR

...view details