ଓଡିଶା

odisha

ETV Bharat / bharat

ପାକିସ୍ତାନକୁ ପ୍ରବାହିତ ଭାରତର ଜଳକୁ ରୋକିବାକୁ ଚେଷ୍ଟା କରୁଛି କେନ୍ଦ୍ର: ନୀତିନ ଗଡକରୀ - Centre Working To Stop Water Of India's Share Into Pak

ବିଜେପିର ଭର୍ଚୁଆଲ୍ 'ଜନ ସମ୍ବାଦ' ରାଲିକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଅଖଣ୍ଡ ଭାରତରେ 6ଟି ନଦୀ ଥିଲା (ଉଭୟ ଭାରତ ଏବଂ ପାକିସ୍ଥାନ ଦେଇ ଯାଇଥିଲା)। ବିଭାଜନ ଅନୁଯାୟୀ ତିନୋଟି ନଦୀର ଜଳ ପାକିସ୍ତାନ ପାଇଁ ସଂରକ୍ଷିତ ଥିବାବେଳେ ଅନ୍ୟ ତିନୋଟି ନଦୀର ଜଳ ଭାରତ ବ୍ୟବହାର କରିବାକୁ ପଡିବ। ହେଲେ ଆମ ଅଂଶର ଜଳ ମଧ୍ୟ ପାକିସ୍ତାନକୁ ପ୍ରବାହିତ ହେଉଛି ଯାହାକୁ ରୋକିବାକୁ କେନ୍ଦ୍ର ଚଷ୍ଟା ଚଳାଇଛି ।

ପାକିସ୍ତାନକୁ ପ୍ରାବାହିତ ଭାରତର ଜଳକୁ ରୋକିବାକୁ ଚେଷ୍ଟା କରୁଛି କେନ୍ଦ୍ର: ନୀତିନ ଗଡକରୀ
ପାକିସ୍ତାନକୁ ପ୍ରାବାହିତ ଭାରତର ଜଳକୁ ରୋକିବାକୁ ଚେଷ୍ଟା କରୁଛି କେନ୍ଦ୍ର: ନୀତିନ ଗଡକରୀ

By

Published : Jun 15, 2020, 1:35 PM IST

ଗାନ୍ଧୀନଗର: 'ଅଖଣ୍ଡ ଭାରତ' ରେ ଥିବା 6 ଟି ନଦୀ ମଧ୍ୟରୁ 3ଟି ର ଜଳ ପାକିସ୍ତାନକୁ ପ୍ରବାହିତ ହେଉଛି । କେନ୍ଦ୍ର ସରକାର ଏହାକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜାମ୍ମୁ କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶ ଏହି ଜଳ ପାଇବ।

ମହାରାଷ୍ଟ୍ରର ନାଗପୁରରୁ ଗୁଜରାଟ ବିଜେପିର ଭର୍ଚୁଆଲ୍ ଜନ ସମ୍ବାଦ ରାଲିକୁ ସମ୍ବୋଧିତ କରି ସେ ଆହୁରି ମଧ୍ୟ କହିଛନ୍ତି ଯେ ଶାନ୍ତି ଏବଂ ଅହିଂସା ଉପରେ ଭାରତ ବିଶ୍ବାସ କରେ ଏବଂ ବିସ୍ତାରବାଦୀ ହୋଇ ଶକ୍ତିଶାଳୀ ହେବାକୁ ଚାହୁଁନାହିଁ ।

ଅଖଣ୍ଡ ଭାରତରେ 6ଟି ନଦୀ ଥିଲା (ଉଭୟ ଭାରତ ଏବଂ ପାକିସ୍ଥାନ ଦେଇ ଯାଇଥିଲା)। ବିଭାଜନ ଅନୁଯାୟୀ ତିନୋଟି ନଦୀର ଜଳ ପାକିସ୍ତାନ ପାଇଁ ସଂରକ୍ଷିତ ଥିବାବେଳେ ଅନ୍ୟ ତିନୋଟି ନଦୀର ଜଳ ଭାରତ ବ୍ୟବହାର କରିବାକୁ ପଡିବ। ହେଲେ ଆମ ଅଂଶର ଜଳ ମଧ୍ୟ ପାକିସ୍ତାନକୁ ପ୍ରବାହିତ ହେଉଥିଲା ବୋଲି କହିଛନ୍ତି ଗଡକରୀ।

ପୂର୍ବରୁ ଏହି ପ୍ରସଙ୍ଗରେ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏକାଠି ହେଉ ନାହାଁନ୍ତି ବୋଲି ସେ କହିଛନ୍ତି । ଏହାସହ ସେ ଆହୁରୀ ମଧ୍ୟ କହିଛନ୍ତି ଯେ 1970 ପରଠାରୁ ପ୍ରଥମ ଥର ପାଇଁ ପୂର୍ବତନ ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟ ପାଲ ମଲିକ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କୁ ଏକ ଚୁକ୍ତିନାମା ସ୍ବାକ୍ଷର କରିବାକୁ କହିଥିଲି । ପାକିସ୍ତାନକୁ ଜଳ ପ୍ରବାହିତ ନହେବା ପାଇଁ ଆମେ କାର୍ଯ୍ୟ କରୁଛୁ। ବର୍ତ୍ତମାନ କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରାଖଣ୍ଡ ଏବଂ ହିମାଚଳ ଏହି ଜଳ ପାଇବେ । ଆମ ସରକାର ଏହି ନିଷ୍ପତ୍ତି ନେବାକୁ ସାହସ ଦେଖାଉଛନ୍ତି ବୋଲି ସେ କହିଛନ୍ତି । ନଚେତ୍ 1970 ପରଠାରୁ କିଛି ହୋଇ ନାହିଁ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details