ନୂଆଦିଲ୍ଲୀ: ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବାର 2 ଦିନ ପୂର୍ବରୁ ଏହାକୁ 2 ସପ୍ତାହ ପାଇଁ ବଢାଇ ଦେଇଛନ୍ତି । ତେବେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ପରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଏହି କଷ୍ଟ ସମୟରେ ସରକାର ସମସ୍ତଙ୍କ ସହ ଛିଡା ହୋଇଛନ୍ତି। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇ ଦେଶରେ ଉନ୍ନତି ହୋଇଛି। ଦେଶରେ ପରିସ୍ଥିତି ଧୀରେ ଧୀରେ ସ୍ବଭାବିକ ହେବାରେ ଲାଗିଛି।
ଦିଲ୍ଲୀ, ମୁମ୍ବାଇ, ପୁଣେ ଭଳି ଅନେକ ସହରରେ ସମସ୍ୟା ବଢିବାରେ ଲାଗିଛି। ଆମକୁ ରେଡ୍ ଜୋନରେ ସତର୍କ ରହିବାକୁ ପଡିବ । ଏହା ମଧ୍ୟ ସତ ଯେ, ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ମଧ୍ୟ ଅନେକ ଜିନିଷରେ ରିହାତି ଦେଇଛନ୍ତି ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଧୀରେ ଧୀରେ ଶିଳ୍ପଗୁଡିକର ବ୍ୟବସାୟ ମଧ୍ୟ ଆରମ୍ଭ ହୋଇଛି। ଜାତୀୟ ରାଜପଥ ପଥ ଖୋଲାଯାଇଛି ।