ଓଡିଶା

odisha

ETV Bharat / bharat

ନିର୍ଭୟାଙ୍କୁ ନେଇ ଓକିଲ ଏପି ସିଂଙ୍କ ଆପତ୍ତିଜନକ ମନ୍ତବ୍ୟ - ନିର୍ଭୟା ଗଣଦୁଷ୍କର୍ମ ଘଟଣା

ନିର୍ଭୟାଙ୍କୁ ନେଇ ଓକିଲ ଏପି ସିଂଙ୍କ ଆପତ୍ତିଜନକ ମନ୍ତବ୍ୟ । ରାତି 12 ପରେ ଝିଅ କାହା ସହ କେଉଁଠି ଥିଲା ମାଆଙ୍କୁ କିପରି ଜଣାନଥିଲା ବୋଲି ପ୍ରଶ୍ନ କଲେ ଓକିଲ । ଅଧିକ ପଢନ୍ତୁ..

Nirvaya verdict convicys lawyer ap singh questions victims character
ନିର୍ଭୟାଙ୍କୁ ନେଇ ଓକିଲ ଏପି ସିଂଙ୍କ ଆପତ୍ତିଜନକ ମନ୍ତବ୍ୟ

By

Published : Mar 20, 2020, 10:56 AM IST

Updated : Mar 20, 2020, 12:00 PM IST

ନୂଆଦିଲ୍ଲୀ: ସବୁ ଚାଲ ଶେଷରେ ମାରିଲା ଫେଲ । ବର୍ତ୍ତି ପାରିଲେନି ନିର୍ଭୟା ଦୋଷୀ । ଶେଷରେ 7 ବର୍ଷ ପରେ ଶୁକ୍ରବାର ସକାଳେ ଫାଶୀ ଖୁଣ୍ଟରେ ଝୁଲିଲେ ନିର୍ଭୟାର 4 ଦୋଷୀ । କିନ୍ତୁ ଏମାନଙ୍କୁ ଫାଶୀ ଦଣ୍ଡରୁ ମୁକୁଳାଇବାକୁ ପ୍ରୟାସ କରିଥିବା ସେମାନଙ୍କ ଓକିଲ ଏ.ପି ସିଂହ ପୁଣି ବିବାଦୀୟ ବୟାନ ଦେଇ ଅଡୁଆରେ।

ନିର୍ଭୟାଙ୍କୁ ନେଇ ଓକିଲ ଏପି ସିଂଙ୍କ ଆପତ୍ତିଜନକ ମନ୍ତବ୍ୟ

ନିର୍ଭୟାଙ୍କ ଚରିତ୍ରକୁ ନେଇ ସେ ଉଠାଇଛନ୍ତି ପ୍ରଶ୍ନ । ଏନେଇ ତାଙ୍କ ଉପରେ କିଛି ମହିଳା ସମାଜସେବୀ ଆକ୍ରମଣ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରକ୍ଷା କରିଥିଲା । ଗୁରୁବାର ସମସ୍ତ ଆବେଦନ ଖାରଜ ହୋଇଯିବା ପରେ କୋର୍ଟ ବାହାରେ ସେ ଗଣମାଧ୍ୟମ ସମ୍ମୁଖରେ ଅଜବ ଯୁକ୍ତି କହିଛନ୍ତି ।

ରାତି ସାଢ଼େ 12ଟା ପର୍ଯ୍ୟନ୍ତ କାହିଁକି ‘ନିର୍ଭୟା’ଙ୍କ ମା’ ତାଙ୍କ ଝିଅ କେଉଁଠି ଅଛନ୍ତି, କାହା ସହିତ ଅଛନ୍ତି ଜାଣିବାକୁ ଚେଷ୍ଚା କରିନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ଆହୁରି ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ଓକିଲ ଏପି ସିଂ ।

@ANI

Last Updated : Mar 20, 2020, 12:00 PM IST

ABOUT THE AUTHOR

...view details