ନୂଆଦିଲ୍ଲୀ:ସାତ ବର୍ଷ ପରେ ଫାଶୀ ଖୁଣ୍ଟରେ ଝୁଲିଲେ ଦୋଷୀ । ନିର୍ଭୟାଙ୍କୁ ମିଳିଛି ନ୍ୟାୟ । ଫାଶୀ ପରେ ନିର୍ଭୟାଙ୍କ ମା ଖୁସି ହୋଇଥିବା ବେଳେ ଦିଲ୍ଲୀ କମିଶନ ଅଫ ୱିମେନ ଚେୟାର ପର୍ସନ ସ୍ବାତୀ ମାଲିୱାଲ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଆଜିର ଦିନ ଆମ ପାଇଁ ଐତିହାସିକ ଦିନ ।
7 ବର୍ଷର ସଂଘର୍ଷ ପରେ ନିର୍ଭୟା ନ୍ୟାୟ ପାଇଛି । ତାଙ୍କର ଆତ୍ମାକୁ ଶାନ୍ତି ମିଳୁ । ଏପରି ଅପରାଧ କରିବା ପରେ ଫାଶୀ ସୁନିଶ୍ଚିତ ବୋଲି ଦେଶ ଜନତାଙ୍କୁ ବାର୍ତ୍ତା ଦେଇଛି । ତେଣୁ ଆଗକୁ ଏପରି ଅପରାଧ ଘଟଣା ପୂର୍ବରୁ ଦୋଷୀ ଦଶ ଥର ଭାବିବ । ନଚେତ ଏଭଳି ଦୋଷୀଙ୍କୁ ଅନ୍ୟ କୌଣସି ଦୋଷ ଠିକ ନୁହେଁ ।