ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆବଶ୍ୟକୀୟ ବସ୍ତୁ ଅଧିନିୟମ 1955ରେ ସଂଶୋଧନ କରାଯାଉଛି । ଆଳୁ, ପିଆଜ, ତେଲ, ରସୁଣ, ଡାଲି ଆଦିର ଗଚ୍ଛିତ ସୀମାକୁ ସମାପ୍ତ କରାଯାଉଛି । ହେଲେ ଯରୁରୀ ପରିସ୍ଥିତିରେ ଏହାର ସୀମାକୁ ନିର୍ଦ୍ଧାରିତ କରାଯାଇପାରେ ।
ଆବଶ୍ୟକୀୟ ବସ୍ତୁ ଅଧିନିୟମ 1955ରେ ସଂଶୋଧନ - ସୀତାରମଣଙ୍କ ସାମ୍ବାଦିକ ସମ୍ମିଳନୀ
17:17 May 15
ଆବଶ୍ୟକୀୟ ବସ୍ତୁ ଅଧିନିୟମ 1955ରେ ସଂଶୋଧନ
17:17 May 15
ହର୍ବାଲ ଉତ୍ପାଦ ପାଇଁ ଗଙ୍ଗା କଳରେ ନିର୍ମାଣ ହେବ କରିଡର
ଅର୍ଥମନ୍ତ୍ରୀ କହିଛନ୍ତି ଯେ ହର୍ବାଲ ଚାଷକୁ ପ୍ରତ୍ସାହନ ଦେବା ପାଇଁ 4000 କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ଆଗାମୀ 2 ବର୍ଷ ମଧ୍ୟରେ 10,00,000 ହେକ୍ଟର ଜମିରେ ହର୍ବାଲ ଚାଷ କରାଯିବ । ଏହା ବ୍ୟତିତ ଗଙ୍ଗା ନଦୀ କୂଳରେ ହର୍ବାଲ ଉତ୍ପାଦ ପାଇଁ କରିଡରର ନିର୍ମାଣ କରାଯିବ
17:03 May 15
ମହୁମାଛି ଚାଷ ପାଇଁ ଖର୍ଚ୍ଚ ହେବ 500 କୋଟି ଟଙ୍କା
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ଯେ 500 କୋଟି ଟଙ୍କା ମହୁମାଛି ପାଳନ ପାଇଁ ଖର୍ଚ୍ଚ କରାଯିବ । 2 ଲକ୍ଷରୁ ଉର୍ଦ୍ଧ୍ବ ମହୁମାଛି ଚାଷ କରୁଥିବା ଚାଷୀଙ୍କୁ ଏହାର ଲାଭ ମିଳିବ ।
16:56 May 15
ଗୋ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ 15 ହଜାର କୋଟି
କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ଘରୋଇ ନିବେଶ ଦୁଗ୍ଧ ଉତ୍ପାଦରେ ବୃଦ୍ଧି, ଗୋ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ 15 ହଜାର କୋଟିର ଫଣ୍ଡ ରହିଛି । ଛେନା ଭଳି ଉତ୍ପାଦ ପାଇଁ ପ୍ଲାଣ୍ଟ ଲଗାଇବାକୁ ସରକାର ପ୍ରୋତ୍ସାହନ ପ୍ରଦାନ କରିବେ ।
16:51 May 15
'ସମସ୍ତ ଫଶୁଙ୍କର ଶତ ପ୍ରତିଶତ ହେବ ଟିକାକରଣ'
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଫେଶୁଙ୍କୁ ଫାଟୁଆ ଓ ମୁଖ ରୋଗ ଆଦି ହୋଇଥାଏ । ଏହାର କାରଣ ଆବଶ୍ୟକ ଅନୁଶାରେ ଟିକାରଣ ହୋଇପାରେ ନାହିଁ । ଏହାର ପ୍ରଭାବ ଦୁଗ୍ଧ ଉତ୍ପାଦନରେ ପଡିଥାଏ । ଏବେ ସମସ୍ତ ପଶୁଙ୍କର ଶତ ପ୍ରତିଶତ ଟିକାକରଣ ହେବ । 2020 ପର୍ଯ୍ୟନ୍ତ 1.5 କୋଟି ଗାଈ, ମଇଁଷୀର ଟୀକାକରଣ କରାଯିବ । କୋରୋନା ଯୋଗୁଁ ଗ୍ରୀନ ଜୋନରେ ଏହାର କାମ ଜାରି ରହିଛି ।
16:45 May 15
'ମତ୍ସ୍ୟଜୀବୀଙ୍କୁ ନିଯୁକ୍ତି ଦିଆଯିବ'
କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ବଜେଟରେ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାକୁ କୋରୋନା କାରଣରୁ ତତ୍କାଳ ଲାଗୁ କରାଯାଇଛି । ମତ୍ସ୍ୟଜୀବୀଙ୍କୁ ନୂଆ ନିଯୁକ୍ତି ମିଳିବ । 55 ଲକ୍ଷ ଲୋକଙ୍କୁ ରୋଜଗାର ମିଳିବ । ଏହାଫଳରେ ଆଗାମୀ 5 ବର୍ଷରେ 70 ଲକ୍ଷ ଟନ ଅତିରିକ୍ତ ମତ୍ସ୍ୟ ଉତ୍ପାଦନ ହେବ ।
16:45 May 15
ଫୁଡ୍ ଏଣ୍ଟରପ୍ରାଇଜେଜ ମାଇକ୍ରୋ ସାଇଜ ପାଇଁ 10 ହଜାର କୋଟି
ଅର୍ଥମନ୍ତ୍ରୀ କହିଛନ୍ତି ଯେ ଫୁଡ୍ ଏଣ୍ଟରପ୍ରାଇଜେଜ ମାଇକ୍ରୋ ସାଇଜ ପାଇଁ 10 ହଜାର କୋଟି ଟଙ୍କା ଦିଆଯିବ । କ୍ଲଷ୍ଟର ଆଧାରରେ ଉତ୍ପାଦ ତିଆରି, ହର୍ବାଲ, ଜୈବିକ ଉତ୍ପାଦ ତିଆରି କରୁଥିବା 2 ଲକ୍ଷ ମାଇକ୍ରୋ ଫୁଡ ଏଣ୍ଟରପ୍ରାଇଜେଜକୁ ଏହାର ଲାଭ ମିଳିବ ।
16:33 May 15
କୃଷିକ୍ଷେତ୍ରକୁ ମଜବୁତ ପାଇଁ କେନ୍ଦ୍ରର 1 ଲକ୍ଷ କୋଟି ଘୋଷଣା
କୃଷି କ୍ଷେତ୍ରକୁ ମଜବୁତ କରିବା ପାଇଁ 1 ଲକ୍ଷ କୋଟି ଟଙ୍କା ଘୋଷଣା । ଭଣ୍ଡାରଣ ଓ ଆବଶ୍ୟକତା ପୂରଣ ପାଇଁ ଏହି ଫଣ୍ଡର ବ୍ୟବହାର କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ସୀତାରଣ ।
16:32 May 15
ଲକଡାଉନରେ ଚାଷୀଙ୍କ ଖାତାକୁ ଯାଇଛି 18,700 କୋଟି: ସୀତାରମଣ
ଲକଡାଉନ ସମୟରେ ପିଏମ କିଷାନ ଯୋଜନା ଆଧାରରେ ଚାଷୀ ଖାତାକୁ 18,700 କୋଟି ଟଙ୍କା ଦିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସର୍ବନିମ୍ନ ସହୟକ ମୂଲ୍ୟ ବାବଦରେ 74 ହଜାର 300 କୋଟି ଟଙ୍କା ଦିଆଯାଇଥିବା ସୂଚନା ।
16:14 May 15
କୃଷିକୁ ନେଇ କେନ୍ଦ୍ରର 11 ବଡ ଘୋଷଣା
କୋରୋନା ସଙ୍କଟ ମଧ୍ୟରେ କୃଷି କ୍ଷେତ୍ର ପାଇଁ 11 ବଡ ପଦକ୍ଷେପ ନେବେ କେନ୍ଦ୍ର ସରକାର । ଲକଡାଉନ ସମୟରେ ବି ଚାଷୀ ମାନେ କାମ ଜାରି ରଖିଛନ୍ତି । କୃଷକଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନିଯାଇଥିବା କହିଛନ୍ତି ନିର୍ମଳା । 11ଟିରୁ 8ଟି ଭିତ୍ତଭୂମି ଓ ଆନୁସଙ୍ଗିକ ସମ୍ପର୍କିତ ।
15:26 May 15
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସାମ୍ବାଦିକ ସମ୍ମିଳନୀ ଲାଇଭ ଅପଡେଟ୍
ମହାମାରୀ କୋରୋନାର ଆତଙ୍କ ମଧ୍ୟରେ ଦେଶକୁ ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଘୋଷଣା କରାଯାଇଥିବା 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ର ସବିଶେଷ ତଥ୍ୟ ଦେଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆର୍ଥିକ ପ୍ୟାକେଜ୍ ଘୋଷଣା ପରେ ତୃତୀୟ ଥର ପାଇଁ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରୁଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ ।