ଓଡିଶା

odisha

ETV Bharat / bharat

ଆସାମ ଚା ଚାଷୀଙ୍କ ପାଇଁ ‘ଚା ବଗିଚା ଧନ ପୁରସ୍କାର’ ପ୍ରଦାନ କଲେ ନିର୍ମଳା ସୀତାରମଣ - ଆସାମର ଚା ଚାଷୀମାନଙ୍କ ପାଇଁ ପ୍ରତ୍ସାହନ ରାଶି

ଆସାମର ଚା ଚାଷୀ ଓ ଚା ବଗିଚାରେ କାମ କରୁଥିବା ଶ୍ରମିକଙ୍କ ପାଇଁ ଘୋଷଣା ହେଲା ତୃତୀୟ ପର୍ଯ୍ୟାୟ ‘ଚା ବଗିଚା ଧନ ପୁରସ୍କାର’ । ଅଧିକ ପଢନ୍ତୁ ....

ଆସାମ ଚା ଚାଷୀଙ୍କ ପାଇଁ ‘ଚା ବଗିଚା ଧନ ପୁରସ୍କାର’ ପ୍ରଦାନ କଲେ ନିର୍ମଳା ସୀତାରମଣ
ଆସାମ ଚା ଚାଷୀଙ୍କ ପାଇଁ ‘ଚା ବଗିଚା ଧନ ପୁରସ୍କାର’ ପ୍ରଦାନ କଲେ ନିର୍ମଳା ସୀତାରମଣ

By

Published : Feb 6, 2021, 7:44 PM IST

ଗୌହାଟି: ଆସାମର ଚା ଚାଷୀ ଓ ଚା ବଗିଚାରେ କାମ କରୁଥିବା ଶ୍ରମିକଙ୍କ ପାଇଁ ପ୍ରଦାନ ହେଲା ତୃତୀୟ ପର୍ଯ୍ୟାୟ ‘ଚା ବଗିଚା ଧନ ପୁରସ୍କାର’ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଆସାମ ଗସ୍ତରେ ଥିବାବେଳେ ସେଠାରେ ସେ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।

ଏହି ଅବସରରେ ନିର୍ମଳା ସୀତାରମଣ କହିଛନ୍ତି ଚା ବଗିଚାରେ କାମ କରୁଥିବା ଶ୍ରମିକଙ୍କ ଆର୍ଥିକ ଅବସ୍ଥା ବଦଳିବା ଆବଶ୍ୟକ । ସେମାନଙ୍କ ଆୟ ମଧ୍ୟ ଦୁଇ ଗୁଣା ହେବା ଦିଗରେ ସରକାର ଚେଷ୍ଟା କରୁଛନ୍ତି । ସେମାନଙ୍କୁ ଚା ଚାଷରେ ପ୍ରୋତ୍ସାହନ ସହ ସେମାନଙ୍କ ପରିବାରକୁ ଖାଦ୍ୟ ଓ ମୌଳିକ ଆବଶ୍ୟକତା ଇପଲବ୍ଧ କରାଇବା ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି ନିର୍ମଳା । ପ୍ରଥମରୁ ଆସାମର ଚା ଚାଷୀଙ୍କୁ ଦୁଇ କିସ୍ତିରେ ଅର୍ଥ ପ୍ରଦାନ କରାଯାଇଥିବାବେଳେ ବର୍ତ୍ତମାନ 3ୟ କିସ୍ତିରେ ଅର୍ଥ ପ୍ରଦାନ ଆରମ୍ଭ ହୋଇଛି ।

ଏହି ଯୋଜନାରେ ଚା ଚାଷୀ ଓ ସେଥିରେ ଶ୍ରମିକ ଭାବେ କାମ କରୁଥିବା ଶ୍ରମିକଙ୍କ ପାଇଁ 3 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଯାହା ସେମାନଙ୍କୁ ସ୍ବାବଲମ୍ବୀ କରିପାରିବ ବୋଲି ନିର୍ମଳା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details