ଓଡିଶା

odisha

ETV Bharat / bharat

ରାଷ୍ଟ୍ରପତିଙ୍କୁ ନିର୍ଭୟା ମା’ଙ୍କ ଗୁହାରୀ, ଦୁଷ୍କର୍ମକାରୀଙ୍କ ଦୟା ଯାଚିକା ଖାରଜ ହେଉ...

ଗୋଟିଏ ପଟେ ଦେଶରେ ଚର୍ଚ୍ଚାର ବିନ୍ଦୁ ପାଲଟିଥିବା ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ପରିବାରକୁ ମିଳିଛି ଆଂଶିକ ନ୍ୟାୟ । ତେଣେ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମକୁ 7 ବର୍ଷ ପୁରିଥିଲେ ବି ଆଜି ଯାଏଁ ନ୍ୟାୟ ଅପେକ୍ଷାରେ ପରିବାର ।

nirbhaya's mother writes letter to president, nirbhaya case accussed mercy petition, president's reaction on nirbhaya case accussed mercy petition, ରାଷ୍ଟ୍ରପତିଙ୍କୁ ନିର୍ଭୟାଙ୍କ ମା’ଙ୍କ ଚିଠି, ନିର୍ଭୟ ମାମଲା ଅଭିଯୁକ୍ତଙ୍କ ଦୟା ଯାଚିକା, ଦୁଷ୍କର୍ମକାରୀଙ୍କ ଦୟା ଯାଚିକାରେ ରାଷ୍ଟ୍ରପତିଙ୍କ ପ୍ରତିକ୍ରିୟା
ଦୁଷ୍କର୍ମକାରୀଙ୍କ ଖାରଜ ହେଉ ଦୟା ଯାଚିକା...

By

Published : Dec 6, 2019, 7:14 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ଚର୍ଚ୍ଚାର ବିନ୍ଦୁ ପାଲଟିଥିବା ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ପରିବାରକୁ ମିଳିଛି ଆଂଶିକ ନ୍ୟାୟ । ତେଣେ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମକୁ 7 ବର୍ଷ ପୁରିଥିଲେ ବି ଆଜି ଯାଏଁ ନ୍ୟାୟ ଅପେକ୍ଷାରେ ପରିବାର । ଏ ଘଟଣାରେ ଶୁକ୍ରବାର ରାଷ୍ଟ୍ରପତିଙ୍କୁ ଦୟା ଯାଚିକା ପଠାଇଛନ୍ତି ସମ୍ପୃକ୍ତ ଅଭିଯୁକ୍ତ । ଯାହାକୁ ଖାରଜ କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ କରି ଚିଠି ଲେଖିଛନ୍ତି ନିର୍ଭୟାଙ୍କ ମା’ ।

ସୂଚନା ଅନୁଯାୟୀ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିନୟ ଶର୍ମା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ଦୟା ଯାଚିକା ପଠାଇଛନ୍ତି । ହେଲେ ଏହି ନାରକୀୟ କାଣ୍ଡ ପାଇଁ ଦୋଷୀର ଯାଚିକାକୁ ଖାରଜ କରିବା ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ପୀଡିତାଙ୍କ ମା’ । ତାଙ୍କ କହିବା ଅନୁଯାୟୀ ଫାଶୀ ଦଣ୍ଡରୁ ବଞ୍ଚିବା ପାଇଁ ଅଭିଯୁକ୍ତ ଏପରି ଯାଚିକା ପଠାଇଛି । ଏହା ଅଭିଯୁକ୍ତର ଏକ ଚାଲ ।

ତେବେ ଚିଠିରେ ପୀଡିତାଙ୍କ ମା’ ଲେଖିଛନ୍ତି କି ନିର୍ଭୟା ପାଇଁ ନ୍ୟାୟର ଅପେକ୍ଷା ବହୁତ ଲମ୍ବା ହୋଇଛି । ଘଟଣାରେ 13 ଡିସେମ୍ବର 2013ରେ ଟ୍ରାଏଲ କୋର୍ଟରେ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ଯେଉଁଥିରେ 13 ମାର୍ଚ୍ଚ 2014 ମସିହାରେ ଦିଲ୍ଲୀ ହାଇକୋର୍ଟ ମୋହର ମାରିଥିଲା । ଏହାପରେ 5 ମେ 2017ରେ ସୁପ୍ରିମକୋର୍ଟ ଦୋଷୀଙ୍କ ଯାଚିକାକୁ ଖାରଜ କରି ଫାଶୀଦଣ୍ଡ ଦେବାକୁ ଆଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ରାୟର ପୁନର୍ବିଚାର ଯାଚିକାକୁ 9ଜୁଲାଇ 2018ରେ ଖାରଜ କରାଯାଇଥିଲା ।

ଅନ୍ୟପଟେ ଦୋଷୀଙ୍କୁ ଏପରି ଯାଚିକା ପଠାଇବାର ଅଧିକାର ନଦେବା ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details