ଓଡିଶା

odisha

ETV Bharat / bharat

ଡେଥ ୱାରେଣ୍ଟ ଯାଚିକା ଖାରଜ ନେଇ ନିର୍ଭୟା ମାଆଙ୍କ ବଡ ବୟାନ - death warrant rejected on nirbhaya case

ଯଦି କାନୁନ ଦୋଷୀଙ୍କୁ ବଞ୍ଚିବା ପାଇଁ ସମୟ ଦେଉଛି, ତେବେ ସେମାନଙ୍କୁ ଫାଶୀରେ ଚଢାଇବା ପାପ ହେବ ବୋଲି କୋର୍ଟ ଶୁଣାଇଛି। ତେବେ ଏହାକୁ ନେଇ ନିର୍ଭୟାଙ୍କ ମାଆ ଦେଇଛନ୍ତି ବଡ ବୟାନ । ଅଧିକ ପଢନ୍ତୁ...

nirbhaya mother video on patiala court rejection of new death warrant
ଫାଇଲ ଫଟୋ

By

Published : Feb 9, 2020, 8:53 PM IST


ନୂଆଦିଲ୍ଲୀ: ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଯାଚିକା ଖାରଜ କରିଛନ୍ତି । ଯଦି କାନୁନ ଦୋଷୀଙ୍କୁ ବଞ୍ଚିବା ପାଇଁ ସମୟ ଦେଉଛି, ତେବେ ସେମାନଙ୍କୁ ଫାଶୀରେ ଚଢାଇବା ପାପ ହେବ ବୋଲି କୋର୍ଟ ଶୁଣାଇଛି । ତେବେ ଏହାକୁ ନେଇ ନିର୍ଭୟାଙ୍କ ମାଆ ଦେଇଛନ୍ତି ବଡ ବୟାନ ।

ସେ କହିଛନ୍ତି, ଯଦି ଦୋଷୀକୁ ଦଣ୍ଡ ଦେବା ପାପ । ତେବେ ଜଣେ ଝିଅକୁ ଦୁଷ୍କର୍ମ ଓ ପରେ ହତ୍ୟା କରିବା ପୂଣ୍ୟ ହୋଇଥିବା ନେଇ ପ୍ରଶ୍ନ କରିଛନ୍ତି। ଯଦି ଦୋଷୀଙ୍କୁ ଫାଶୀ ନହୁଏ, ତେବେ ଦେଶରେ ଦୁଷ୍କର୍ମ ବଢିବ କିନ୍ତୁ ଦୋଷୀଙ୍କୁ କେବେ ଦଣ୍ଡ ମିଳିବ ନାହିଁ । ଦେଶବାସୀଙ୍କୁ ମୁଁ ଏତିକି କହି ରଖୁଛି ବୋଲି କହିଛନ୍ତି ନିର୍ଭୟାଙ୍କ ମାଆ ।

ଡେଥ ୱାରେଣ୍ଟ ଯାଚିକା ଖାରଜ ନେଇ ନିର୍ଭୟାଙ୍କ ମାଆଙ୍କ ବଡ ବୟାନ

2012ରେ ରାଜଧାନୀ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାର ଦୋଷୀଙ୍କୁ ଫାଶୀ ତାରିଖ ଘୁଞ୍ଚି ଘୁଞ୍ଚି ଯାଉଛି । ଆଉ ବର୍ତ୍ତମାନ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ପାଇଁ ଜାରି ହୋଇଥିବା ଯାଚିକା ମଧ୍ୟ ଖାରଜ କରିଛନ୍ତି । ଏହାକୁ ନେଇ ନିର୍ଭୟାଙ୍କ ମାଆ ଏପରି ମନ୍ତବ୍ୟ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details