ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲା ଓ ହତ୍ୟା ମାମଲାରେ ନୂଆ ମୋଡ । ଆସନ୍ତାକାଲି ମାମଲାରେ 4 ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ତାରିଖ ଥିବା ବେଳେ ଦୋଷୀ ମାନେ ବିଭିନ୍ନ ବାହାନା ଦେଖାଇ ତାରିଖ ପରେ ତାରିଖ ଘୁଞ୍ଚାଉଥିଲେ । ହେଲେ ଏବେ ଆଉ ଏକ ଟ୍ବିଷ୍ଟ ସାମାନକୁ ଆସିଛି ।
ଦୋଷୀ ଅକ୍ଷୟ ସିଂର ପତ୍ନୀ ପୁନୀତା ଦେବୀ 12 ତାରିଖରେ ଔରଙ୍ଗାବାଦ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ପିଟିସନ ଫାଇଲ କରିଥିଲେ । ଆଜି ଏହାର ଶୁଣାଣି ରହିଛି । ପୁନୀତା ତାଙ୍କର ବାକି ଜୀବନ ବିଧବା ହୋଇ ନକାଟିବା ପାଇଁ ଛାଡପତ୍ରର ଅପିଲ କରିଛନ୍ତି ।